କଳ୍ପନା ଦେବୀ ଆବାସିକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ
Annual Celebration of Imagination Devi Residential College
ଭଦ୍ରକ / ସେକ ଫଇଜାନ କାଦରୀ : ଶିକ୍ଷା ଜୀବନର ମାନଦଣ୍ଡ ସମୟକୁ ଗୁରୁତ୍ଵ ଦେଇ ଆମ ସଂସ୍କୃତି ଓ ପରମ୍ପରା କୁ ପ୍ରାଧାନ୍ୟ ଦେବା ସହ ଗୁରୁ ପୂଜା କୁ ପ୍ରାଧାନ୍ୟ ଦେଉଥିବା ବିଦ୍ୟାର୍ଥୀ ମାନଙ୍କର ପରିଶ୍ରମ ବୃଥା ହୁଏ ନାହିଁ ବୋଲି ଆଜି କଳ୍ପନା ଦେବୀ ଆବାସିକ ମହା ବିଦ୍ୟାଳୟର ପାଳିତ ହେଉଥିବା ସପ୍ତମ ବାର୍ଷିକ ଉତ୍ସବ ରେ ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ପଣ୍ଡିତ ଦଇତାରୀ ମହାପାତ୍ର ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଜିତେନ୍ଦ୍ର ବାରିକ ଶଇଳବାଳା କଲେଜ ର ଅଧ୍ୟାପକ ମୁଖ୍ୟ ବକ୍ତା କଳ୍ପନା ଦେବୀ କଲେଜ ର ଉପ ଅଧ୍ୟକ୍ଷ ଏବଂ ସମ୍ମାନିତ ଅତିଥି ଏଡଭୋକେଟ ରାମ ଚନ୍ଦ୍ର ରାୟ ନିଜ ନିଜର ବକ୍ତବ୍ୟ ସ୍ଥଳରେ ସମାଜର ବିକାଶ ଏବଂ ଆମ ସଂସ୍କୃତିର ସୁରକ୍ଷା ନିମନ୍ତେ ବିଦ୍ୟାର୍ଥୀ ଓ ଗୁରୁଙ୍କ ଭୂମିକା ବର୍ଣ୍ଣନା କରିଥିଲେ। ଏହି ପ୍ରସଙ୍ଗ ଉସ୍ଥାପନ କରିବା ସହିତ ଗୁରୁ ପୂଜା ର ଆବଶ୍ୟକତା କୁ ହୃଦୟଙ୍ଗମ କରି ନିଜେ ଅଧ୍ୟୟନ କରୁଥିବା ଦୁଇ ଗୁରୁ ଶ୍ରୀଯୁକ୍ତ ପୁଣ୍ଣଚନ୍ଦ ପରିଡା ଓ ଶ୍ରୀଯୁକ୍ତ ସୁରେନ୍ଦ୍ର ବେଜ ଙ୍କୁ ଆଦର୍ଶ ଗୁରୁ ସମ୍ମାନରେ ସମ୍ମାନିତ କରାଇ ନିଜକୁ ଧନ୍ୟ ମାନେ କରିଛନ୍ତି।