ଅନୁଷ୍ଠତି ହେଲା ଓସିଏ ବାର୍ଷି୍କ ସାଧାରଣ ସଭା

ଆଗାମୀ ତିନି ବର୍ଷ ପାଇଁ ନିର୍ବାଚିତ ହେଲେ ୬ ଜଣ ସଦସ୍ୟ

0

କଟକ: ଆଜି ଓଡିଶା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ସକାଳ ୧୧.୩୦ରେ କଟକ ବାରବାଟି ଷ୍ଟାଡିୟମର ଓସିଏ କନଫରେନ୍ସ ହଲ୍ ଠାରେ ପୂର୍ବ ବାର୍ଷିକ ସାଧାରଣ ସଭାର ପ୍ରକ୍ରିୟା ବିଷୟରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ସମ୍ପାଦକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ଏବଂ୨୦୨୩-୨୪ ର ବାର୍ଷିକ ଅଡିଟ ରିପୋର୍ଟ ମଧ୍ୟ ସ୍ଥିର କରାଯାଇଛି । ଏହା ସହ ଶେଷରେ, ଏଜେଣ୍ଡା ଅନୁଯାୟୀ ଓସିଏର ବିଭିନ୍ନ ପଦ ପାଇଁ ୫ ଜଣଙ୍କୁ ନିର୍ବାଚିତ କରାଯିବା ସହ ସବୋର୍ଚ୍ଚ ପଦପୀ ପାଇଁ ଜଣକୁ ନିବାର୍ଚିତ କରାଯାଇଛି । ଓଡିଶା ଆସୋସିଏସନର ନିର୍ବାଚନ ଅଧିକାରୀ ଶ୍ରୀ ଏମ୍ ଏଲ ମୁଜୁମଦାର ଘୋଷଣା କରିଥିଲେ ଯେ, ଆଗାମୀ ତିନି ବର୍ଷ ପାଇଁ ଏହି ପଦପୀ ସ୍ଥିର ହୋଇ ରହିବେ ।

ଏଥିରେ ଜୟପୁର ଜିଲ୍ଲାର ସଭାପତି ଭାବେ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ କଟକରୁ ଶ୍ରୀଯୁକ୍ତ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଛନ୍ତି । ଏହା ସହ ସମ୍ପାଦକ ଭାବେ ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ଲବରୁ ଶ୍ରୀଯୁକ୍ତ ସଂଞ୍ଜୟ ବେହେରାଙ୍କୁ ନିର୍ବାଚିତ କରାଯାଇଛି । ଏବଂ ମିଳିତ ସମ୍ପାଦକ ଭାବେ ସୁନ୍ଦରଗଡ ଜିଲ୍ଲାରୁ ଶ୍ରୀଯୁକ୍ତ ପ୍ରଭାତ କୁମାର ଭୋଳ ନିର୍ବାଚିତ ହୋଇଛନ୍ତି । ଏହା ସହ କୋଷାଧ୍ୟକ୍ଷ ଭାବେ ଖୋର୍ଦ୍ଧାରୁ ଶ୍ରୀଯୁକ୍ତ ବିକାଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଏହା ସହ ଓଡିଶା କ୍ରିକେଟ ଆସୋସିଏସନର ସବୋର୍ଚ୍ଚ ପଦପୀ ପାଇଁ ଅନୁଗୁଳରୁ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ବାଚିତ ହୋଇଛନ୍ତି ।

ତେବେ ସମ୍ପାଦକ ଭାବେ ର୍ନିବାଚିତ ହୋଇଥିବା ସଞ୍ଜୟ କହିଛନ୍ତି ଯେ, ଆଗାମୀ ଦିନରେ ଓସିଏ କ୍ରିକେଟ ଉପରେ ଅଧିକ ଗୁରୁତ୍ୱ ଦେବା ସହ ନିକଟ ଭବିଷ୍ୟତରେ ଜିଲ୍ଲା କ୍ରିକେଟ ଏକାଡେମୀକୁ କାର୍ଯ୍ୟକ୍ଷମ କରାଯିବ । ଏହା ସହ ସଭାପତି ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ତାଙ୍କର ଅଭିଭାଷଣରେ କହିଛନ୍ତି ଯେ, ଆମ ରାଜ୍ୟରେ କ୍ରିକେଟର ପ୍ରଚାର ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ । ଏହା ସହ ଶେଷରେ ଶ୍ରୀ ବିକାଶ ପ୍ରଧାନଙ୍କୁ ମିଳିଥିବା ପଦବୀ ପାଇଁ ସେ ଧନ୍ୟବାଦ ଜ୍ଞାପନ କରି ସଭାକୁ ଶେଷ କରିଛନ୍ତି ।