ରାଜ୍ୟକୁ ଆସିଲା ଆଉ ୧ ଲକ୍ଷ କୋଭିସିଲ୍ଡ

0

ଭୁବନେଶ୍ୱର(ରିପୋଟର୍ସ ଟୁଡେ): ରାଜ୍ୟରେ କୋମୋନା ମୁକାବିଲା ପାଇଁ ଜୋରଦାର ଟିକାକରଣ ଚାଲୁ ରହିଛି । ଗତକାଲିଠୁ ପ୍ରାପ୍ତ ବୟସ୍କ ସାବାଳକମାନଙ୍କୁ ମଧ୍ୟ କୋରୋନା ଟିକା ଦିଆଯାଉଛି । ତେଣୁ ଏହି ଟିକାକରଣରେ ବାଧା ସୃଷ୍ଟି ନ ହେବା ପାଇଁ ରାଜ୍ୟ କୋଭିଡ ଟିକା ଅସୁଛି । ସେହିପରି ଆଜି ମଧ୍ୟ ଓଡିଶାକୁ ଆଉ ଏକ ଲକ୍ଷ କୋରୋନା ଟିକା ଆସି ପହଞ୍ଚିଛି । ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରାଯାଇଛି କୋରୋନା ଟିକା କୋଭିସିଲ୍ଡର ଆଉ ଏକ ଲକ୍ଷ ଡୋଜ । ରାଜ୍ୟରେ ଟିକା ଆସି ପହଞ୍ଚିିବାରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି । ଆଜି ଏହି ଟିକା ପହଞ୍ଚିବାରୁ ଟକାକରଣ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି ।