କଟକ କାଠେଯାଡ଼ୀ ନଦୀ ଉପରେ ନିର୍ମାଣ ହେବ ଆଉ ଏକ ସେତୁ

0

କଟକ: କଟକ କାଠେଯାଡ଼ୀ ନଦୀ ଉପରେ ନିର୍ମାଣ ହେବ ଆଉ ଏକ ସେତୁ । ତ୍ରିଶୁଳିଆରୁ ବେଲଭ୍ୟୁକୁ ସଂଯୋଗ କରୁଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ସେତୁ ନିକଟରେ ନିର୍ମାଣ ହେବ ଏହି ସେତୁ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରି ସାରିଥିବା ବେଳେ ଖୁବ ଶୀଘ୍ର ଏହି ଶେତୁ ନିର୍ମାଣ ହେବ ବୋଲି କହିଛନ୍ତି ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ।

ପ୍ରତ୍ୟକ ଥର କିଛି ନା କିଛି ନୂତନ ଓ ଅଭିନବ କରି ଦୃଷ୍ଟି ଆକର୍ଶଣ କରିଥାନ୍ତି ରାଜ୍ୟ ସରକାର । ଗରିବଙ୍କ ଧୁଃଖ ଦୂର କରିବାଠୁ ଆରମ୍ଭ କରି ଶିକ୍ଷା କ୍ଷେତ୍ରରେ ସବୁଥିରେ ଅଗଭର ରାଜ୍ୟ ସରକାର । ଏପରିକି ଝଡ ଆସୁକି ବାତ୍ୟ ସବୁଥରେ ଓଡିଶା ବାସୀଙ୍କ ପାଖରେ ଛିଡାହୋଇଥାନ୍ତି ନବୀନ । ଆଉ ବର୍ତ୍ତମାନ ଲୋକଙ୍କ ସୁରକ୍ଷା ଲାଗି ନେଇଛନ୍ତି ଆଉ ଏକ ପଦକ୍ଷେପ । କଟକରୁ ଭୁବନେଶ୍ୱରକୁ ଯୋଡି ହୋଇଥିବା ସେତୁ ପାଖରେ ନିର୍ମାଣ ହେବ ଆଉ ଏକ ସେତୁ । କାରଣ ଭିଡ ଯୋଗୁଁ ଦିନକୁ ଦିନ ଏହି ପୋଲ ଉପରେ ବଢିବାରେ ଲାଗିଛି ଦୁର୍ଘଟଣ ।

ଏଥି ସହ ଏହି ସେତୁ ନିର୍ମାଣ ପରେ ତାଳଚେର, ଢେଙ୍କାନାଳ, ଅନୁଗୁଳ ଓ ଅଠଗଡ଼ ଅଞ୍ଚଳର ଲୋକଙ୍କ ପାଇଁ ଏହା ୨୦ ରୁ ୪୦ କିମି ଦୂରତା ହ୍ରାସ ପାଇଛି । ଫଳରେ ଏହି ପୋଲ ଉପରେ ଭିଡ ଲାଗି ରହିଥାଏ । ଆଉ ଭିଡ ଯୋଗୁଁ ଦୁର୍ଘଟଣା ମଧ୍ୟ ବଢିବାରେ ଲାଗିଛି । ଏଣୁ ଟ୍ରାଫିକ ଭିଡ଼ ହ୍ରାସ ପାଇଁ ଏଭଳି ନିଷ୍ପତ୍ତି ନିଆଇଯାଥିବା କହିଛନ୍ତି ଦେବାଶିଷ ସାମନ୍ତରାୟ । ଏବଂ ରାଜ୍ୟ ସରକାରଙ୍କ ଏହି ନିଷ୍ପତିରେ କୃତଜ୍ଞାତା ଜଣାଇଛନ୍ତି ଶ୍ରୀ ସାମନ୍ତରାୟ ।

ନୂତନ ସେତୁ ତିଅରି ହେଲେ ୱାନ ୱେ ଟ୍ରାଫିକ ନିୟମ ଲାଗୁ ହେବ । ଗୋଟିଏ ସେତୁରେ ଗାଡି ଯିବା ବେଳେ । ଅନ୍ୟ ସେତୁରେ ଫେରିବ । ତେବେ ବ୍ରିଜ ନିର୍ମାଣ ପାଇଁ ବ୍ୟୟ ଅଟକଳ ୧୬୦ କୋଟି ଟଙ୍କା ରହିଛି । କାଠଯୋଡ଼ି ଉପରେ ଏକ ବ୍ୟାରେଜ୍‌ ନିର୍ମାଣ ପାଇଁ ପୂର୍ବରୁ ମତପ୍ରକାଶ ପାଇଆସିଛି। ତେଣୁ ପୋଲ ସହିତ ବ୍ୟାରେଜ୍‌ ରହିଲେ କାଠଯୋଡ଼ିର ଜଳ ସଂରକ୍ଷଣ ସହ ଗମନାଗମନା ପ୍ରକ୍ରିୟା ସହଜ କରିବାରେ ଏହା ଅଧିକ ଫଳପ୍ରଦ ହୋଇପାରିବ ବୋଲି କୁହାଯାଉଛି। କଟକ-ଭୁବନେଶ୍ବର ଜାତୀୟ ରାଜପଥରେ ଭିଡ଼ ହ୍ରାସ ପାଇଁ ୨୦୦୯ରେ ନେତାଜୀ ସେତୁର ପରିକଳ୍ପନା କରାଯାଇଥିଲା। ଏବଂ ବର୍ତ୍ତମାନ ତାହା ସଫଳ ହୋଇଛି । ଆଗକୁ ଏହି ୨ୟ ସେତୁ ଦୁର୍ଘଟଣା କମାଇବ ବୋଲି କହିଛନ୍ତି ଶ୍ରୀ ସାମନ୍ତରାୟ ।