ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଟେଷ୍ଟ ମ୍ୟାଚ ଖେଳାଯାଉଥିବା ବେଳେ ଆଜି ଶତକ ହାସଲ କରିଛନ୍ତି ବିରାଟ କୋହଲି । ସେ ୨୪୧ଟି ବଲରୁ ୫ଟି ଚୌକା ସହାୟତାରେ ଶତକ ହାସଲ କରିଛନ୍ତି । ଏହା ସହିତ ଆନ୍ତରର୍ଜାତୀୟ କ୍ରିକେଟରେ ସେ ୭୫ତମ ସତକ ହାସଲ କରିସାରିଛନ୍ତି କିନ୍ତୁ ଟେଷ୍ଟ ମ୍ୟାଚେରେ ତାଙ୍କର ଏହା ୨୭ ତମ ଶତକ । ଏହା ସହିତ ଦିନିକିଆ ରେ ୪୬ ଟି ଏବଂ ଟି –ଟ୍ୱେଣ୍ଟିରେ ଗୋଟିଏ ଶତକ ହାସଲ କରିଥିବା ରେକଡ କରାଯାଇଛି ।