ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ମୃତ

0

ବ୍ୟୁରୋ: ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣକ ହେଉଛନ୍ତି ଚନ୍ଦନ ଜିନ୍ଦଲ ତାଙ୍କର ଘର ପଞ୍ଜାବରେ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ଚନ୍ଦନଙ୍କୁ ବ୍ରେନଷ୍ଟ୍ରୋକ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ ଶରୀରକୁ ଭାରତ ଫେରାଇ ଆଣିବାକୁ ସରକାରଙ୍କୁ ଚିଠି ଲେଖିଛନ୍ତି ଚନ୍ଦନଙ୍କ ପରିବାର ଲୋକେ ।

ୟୁକ୍ରେନରେ ଭାରତୀୟ ଛାତ୍ରଡ଼ାତ୍ରୀଙ୍କ ଉପରେ ବଢିଚାଲିଛି ନିର୍ଯାତନା । ପୁଅର ମୃତ ଦେହ ୟୁକ୍ରେନରୁ ଆଣିବାକୁ କେନ୍ଦ୍ରସରକାରକୁ ନିବେଦନ କଲେ ବାପା । ପୂର୍ବରୁ ଆଉ ଜଣେ ଛାତ୍ର ନବୀନ ଶେଖର ପଙ୍କର ବୋମା ମାଡରେ ହୋଇଥିଲା ମୃତ୍ୟୁ । ମୃତ ଛାତ୍ର ନବୀନଙ୍କ ଘର କର୍ଣ୍ଣାଟକର ବୋଲି ସ୍ପଷ୍ଟ ହୋଇଥିଲା ।