ଆଥିୟା ଓ ରାହୁଲଙ୍କ ଆଉ ଏକ ଫଟୋ ଭାଇରାଲ

0

ମୁମ୍ବାଇ: କ୍ରିକେଟର କେ ଏଲ ରାହୁଲ ଓ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି। ଯେବେଠୁ ଆଥିଆ ଓ ରାହୁଲଙ୍କ ସମ୍ପର୍କ ସାମ୍ନାକୁ ଆସିଛି ସେବେଠୁ ଲୋକେ ତାଙ୍କ ବିବାହକୁ ନେଇ ଅନେକ କୁହାକୁହି ହୋଉଛନ୍ତି। ଏହି ଷ୍ଟାର୍ କପଲଙ୍କୁ ବିବାହକୁ ନେଇ ଚର୍ଚ୍ଚା ଭିତରେ ଏବେ ଆଥିଆ ନିଜ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରିଛନ୍ତି। ଫଟୋରେ ଆଥିଆ ଓ ରାହୁଲ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଛନ୍ତି।

ଏକ ସୋଫା ଉପରେ ସେ କଏଲ୍ ରାହୁଲଙ୍କ ପାଖରେ ବସିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଶେଆର କରି ଆଥିଆ କ୍ୟାପସନରେ ଲେଖିଛନ୍ତି, ‘ଫେଭ୍ରେଟ୍ ୱାନ୍’। କ୍ୟାପସନ ସହ ସେ ଏକ ମାଙ୍କଡ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି। ଯାହାକୁ ଦେଖି ଫ୍ୟାନ୍ମାନେ ଏହି ଲଭ୍ ବାର୍ଡଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି।ଏହି ଯୋଡି ଗତ କିଛି ମାସ ହେଲେଣି ଲୋକଙ୍କ ହୃଦୟକୁ କବ୍ଜା କରି ରଖିଛନ୍ତି। ସୋଶାଲ ମିଡିଆ ସ୍କ୍ରୋଲ କରିବା ବେଳେ ଆଥିଆ ଓ ରାହୁଲଙ୍କ ଯୋଡିକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସିଯାଏ।