ଭୁବନେଶ୍ୱର: ଆଜି ପୁଣି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା । ଶିକ୍ଷକ ପ୍ରସଙ୍ଗ ନେଇ ପୁଣି ଗୃହରେ ହଟ୍ଟଗୋଳ । ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। ଗୃହର ସୁପରିଚାଳନା ନେଇ ୧୧.୪୫ ଯାଏ ଗୃହ ମୁଲତବି। ପୂର୍ବରୁ ବିବାଚସ୍ପତିଙ୍କ ରୁଲିଂ ପରେ ସରକାର ଶିକ୍ଷକ ମାନଙ୍କ ସହ ଆଲୋଚନା ନ କରିଥିବାରୁ ଉଭୟ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେପି ବିଧାୟକଙ୍କ ନାରାବାଜି ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ରୁଲିଂ ପରେ ବି ସରକାର ଆଲୋଚନା କଲେନି । ହଟ୍ଟଗୋଳ ଯୋଗୁଁ ଗୃହ ସାଢେ ୧୧ଟା ଯାଏଁ ମୁଲତବି କରିଥିଲେ ।