ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇ

ବେଆଇନ ଗୋଚାଲାଣ ମାମଲାରେ ଗିରଫ କରିଥିବା ସୂଚନା

0

କୋଲକାତା: ବହୁ କୋଟି ଟଙ୍କାର ଗୋ ଚାଲାଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ତୃଣମୂଳ କଂଗ୍ରେସର ତୁଙ୍ଗ ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି। ପୂର୍ବତନ ମନ୍ତ୍ରୀ ତଥା ଦଳର ହେବିୱେଟ ନେତା ପାର୍ଥ ଚାଟାର୍ଜୀଙ୍କ ଗିରଫ ଦାରୀକୁ କେନ୍ଦ୍ର ସରକାରଙ୍କ ଏଜେଣ୍ଡା ବୋଲି ଟିଏମସି ସବୁବେଳେ ଅଭିଯୋଗ କରିଆସୁଥିଲା। ତେବେ ଶ୍ରୀ ମଣ୍ଡଳଙ୍କ ଗିରଫ ଦାରୀକୁ ନେଇ ପଶ୍ଚିମବଙ୍ଗରେ ବିରୋଧୀ ଦଳ ଗୁଡିକ ବେଶ ସକ୍ରିୟ ହୋଇ ପଡିଛନ୍ତି। ଏଥିପାଇଁ ଟିଏମସିକୁ ଘେରିବା ଆରମ୍ଭ କରିଦେଇଛନ୍ତି। ସୂଚନା ଅନୁସାରେ ଗୁରୁବାର ବହୁ କୋଟିର ବେଆଇନ ଗୋ ଚାଲାଣ ମାମଲାରେ ଅନୁବ୍ରତଙ୍କୁ ପ୍ରାୟ ଘଣ୍ଟାଏ କାଳ ପଚରାଉଚୁରା କରିଥିଲା। ପରେ ସିବିଆଇ ତାଙ୍କ ବୋଲପୁର ଘରୁ ସିବିଆଇ ଉଠାଇ ନେଇଥିଲା। ସମ୍ପୃକ୍ତ ଘଟଣାରେ ଅନୁବ୍ରତଙ୍କ ପ୍ରତ୍ୟେକ୍ଷ ସମ୍ପୃକ୍ତି ଥିବା ଏବଂ ଅନୁସନ୍ଧାନରେ ସହଯୋଗ କରୁନଥିବାରୁ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ପକ୍ଷରୁ କୁହାଯାଇଛି। ଅନୁବ୍ରତଙ୍କ ଗିରଫଦାରୀକୁ ନେଇ ଟିଏମସି ପକ୍ଷରୁ ଲଗାତାର ଦୁଇ ଦିନ ରାଜରାସ୍ତାକୁ ଓହ୍ଲାଇବା ଲାଗି ନିଷ୍ପତ୍ତି ନେଇଛି। ଦୁର୍ନୀତି ଲାଗି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯିବ ବୋଲି ଟିଏମସି ପକ୍ଷରୁ କୁହାଯାଇଛି। ଗୋଚାଲାଣ ଘଟଣାରେ ନିରେପକ୍ଷ ତଥା ତ୍ୱରିତ ଅନୁସନ୍ଧାନ କରିବାକୁ କହିଛି। ଅନୁବ୍ରତଙ୍କ ଘଟଣାରେ ଦଳ ସଠିକ ସମୟରେ ନିଷ୍ପତ୍ତି ନେବ। କାହା ବିରୋଧରେ ଆସିଥିବା ଅଭିଯୋଗ ତାକୁ ଦୋଷୀ ପ୍ରମାଣିତ କରିପାରିବ ନାହିଁ ବୋଲି ଟିଏସମିର ବରିଷ୍ଠ ନେତା ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ କହିଛନ୍ତି। ଏହାଛଡା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡିକର ନିରେପେକ୍ଷତା ନେଇ ଟିଏମସି ପ୍ରଶ୍ନ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡିକର କାର୍ଯ୍ୟକାରିତାକୁ ନେଇ ଆମର ଗମ୍ଭୀର ସନ୍ଦେହ ରହିଛି। ବିଜେପି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସମୟରେ ତଦନ୍ତକାରୀ ସଂସ୍ଥାମାନେ ନୀରବ ରହୁଛନ୍ତି। ବରିଷ୍ଠ ବାମପନ୍ଥୀ ନେତା ସୁଜନ ଚକ୍ରବର୍ତ୍ତୀ ଅଭିଯୋଗ କରିଛନ୍ତି ଯେ ଶ୍ରୀ ମଣ୍ଡଳ ନିଜକୁ ବୀରଭୂମି ଜିଲ୍ଲାର ଆଇନ ଠାରୁ ନିଜକୁ ଅଧିକ ବିବେଚନା କରୁଛନ୍ତି। ଟିଏମସି ନେତୃତ୍ୱ ତାଙ୍କ ଭୁଲ କାର୍ଯ୍ୟକୁ ଆଖି ବୁଜି ଦେଇଛନ୍ତି ବୋଲି କହିଥିଲେ। ସିବିଆଇର ସୂଚନା ମୁତାବକ ୨୦୧୫ରୁ ୨୦୧୭ ମଧ୍ୟରେ ବିଏସଏଫ ଦ୍ୱାରା ୨୦ ହଜାରରୁ ଅଧିକ ଗୋରୁ ମୁଣ୍ଡ ଜବତ କରାଯାଇଥିଲା। ଅନୁବ୍ରତଙ୍କୁ ଗିରଫ ପୂର୍ବରୁ ସିବିଆଇ ପକ୍ଷରୁ ୧୦ ଥର ନୋଟିସ କରାଯାଇଥିଲା। ନିଜର ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ହାଜର ହେଉନଥିଲେ। ତଦନ୍ତର ଅଂଶ ଭାବରେ ତାଙ୍କୁ ପୂର୍ବରୁ ମଧ୍ୟ ଦୁଇଥର ପଚରାଉଚୁରା କରାଯାଇଥିଲା।