ସାପ କାମୁଡାରେ ଯୁବକ ମୃତ

0

( ଜଗନ୍ନାଥ ଅଗ୍ରୱାଲ) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପତାକା ଗ୍ରାମରେ ସାପ କାମୁଡାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ମୃତକ ଜଣକ ହେଲେ ସୁଦର୍ଶନ ପରିଡା । ଗତକାଲି ବାଡି ପଛକୁ ଫୁଲ ତୋଳିବାକୁ ଯାଇଥିବାବେଳେ ଏକ ବିଶାକ୍ତ ସାପ କାମୁଡି ଦେଇଥିଲା ।

ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।