ଶାନ୍ତଶିଷ୍ଟ ଘରୋଇ ବୋହୂରୁ ‘ଅନୁପମା’ ପାଲଟିଲେ ମଡେଲ ଗାର୍ଲ

ଶାନ୍ତଶିଷ୍ଟ ଘରୋଇ ବୋହୂରୁ ‘ଅନୁପମା’ ପାଲଟିଲେ ମଡେଲ ଗାର୍ଲ

0

(ମୁମ୍ବାଇ) : ସମ୍ପୂର୍ଣ୍ଣ ବଦଳିଗଲା ଟେଲି ଅଭିନେତ୍ରୀ ‘ଅନୁପମା’ଙ୍କ ଲୁକ । ଶାନ୍ତଶିଷ୍ଟ ଘରୋଇ ବୋହୂରୁ ପାଲଟିଲେ ମଡେଲ ଗାର୍ଲ। ନିଜର ନୂଆ ଲକ୍‌ ଜରିଆରେ ଫ୍ୟାନ୍‌ମାନଙ୍କ ଉଡାଇଲେ ହୋସ୍‌। ନିକଟରେ ଅଭିନେତ୍ରୀ ରୂପାଲି ଏଭଳି କିଛି ଫଟୋ ଶେଆର କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସୂଚନାନୁଯାୟୀ , ହଳଦିଆ ରଙ୍ଗର ଆଉଟ୍‌ଫିଟ୍‌ରେ ନିଜ ଷ୍ଟନିଂ ଲୁକ୍‌ ଦେଖାଇଛନ୍ତି ଅନୁପମା ଫେମ୍‌ ଅଭିନେତ୍ରୀ। ଫଟୋରେ ରୂପାଲିଙ୍କ ଲୁକ୍‌ ଆଉ ତାଙ୍କ ପୋଜ୍‌ ଏବଂ ଏକ୍ସପ୍ରେସନର ସବୁ କିଛି କରୁଛି ମତୁଆଲା। ହଳିଦିଆ ରଙ୍ଗର ଆଉଟ୍‌ଫିଟ୍‌ ସହ ସ୍ୱତନ୍ତ୍ର ମେକ୍‌ଅପ୍‌ ମଧ୍ୟ ନେଇଛନ୍ତି ରୂପାଲି। ରୂପାଲି ଗାଙ୍ଗୁଲିଙ୍କ ଏହି ଫଟୋରେ ଲାଇକ୍‌ ସାଙ୍ଗକୁ ଭରପୂର କମେଣ୍ଟ ମଧ୍ୟ ଆସିଛି। ଅନେକ ୟୁଜର୍ସଙ୍କୁ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।