ବ୍ୟକ୍ତିଗତ ରୁମ୍ ଭିଡିଓ ଭାଇରାଲକୁ ନେଇ କୋହଲିଙ୍କୁ କ୍ଷମା ମାଗିଲେ ହୋଟେଲ ମାଲିକ

ଭାଇରାଲ ଭିଡିଓ ଦେଖି ରାଗିଲେ ଅନୁଷ୍କା

0

ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟଙ୍କ କୋହଲିଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି । କୋହଲିଙ୍କ ହୋଟେଲ ରୁମର ଭିଡିଓ ଏବେ ସର୍ବସାଧାରଣରେ ଦ୍ରୁତ ଗତିରେ ଏ ମୋବାଇଲରୁ ସେ ମୋବାଇଲକୁ ଘୂରି ବୁଲୁଛି । ଆଉ ଯାହକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ଦେଖା ଦେଇଛି । କୋହଲି ବର୍ତ୍ତମାନ ଟି-୨୦ ମ୍ୟାଚ ଖେଳିବା ପାଇଁ ଅଷ୍ଟେଲିଆ ଯାଇଛନ୍ତି ।

ସେଠାରେ ସେ ଏକ ଘରୋଇ ହୋଟଲେ ରହଛନ୍ତି । ବରାଟଙ୍କ ଅନୁପସ୍ଥିତିରେ ହୋଟେଲର କର୍ମଚାରୀ ତାଙ୍କ ରୁମ୍ ଭିତରକୁ ପଶି ଥିଲେ ।ଏହା ସହ ମୋବାଇଲ୍ କ୍ୟାମେରାରେ କେହଲିଙ୍କ ବ୍ୟକ୍ତଗତ ବ୍ୟବହାର୍ଯ୍ୟ ସମାଗ୍ରୀ , ଔଷଧ, ଜୋତା, ଖୋଲା ପଡିଥିବା ସୁଟ୍କେଶ୍ ଇତ୍ୟାଦିକୁ ଭିଡିଓ ସୁଟ କରିଥିଲେ ।

ସୂଚନାମୁତାବକ,ସବୁଠାରୁ ବଡ କଥା ହେଉଛି ସୁଟ ସାରିବା ପରେ ସେହି ଭିଡିଓଟି ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ଖୁବ୍ ରାଗିଯାଇଥିଲେ ବିରାଟ କୋହଲି । ଏହା ପରେ ବିରାଟ ସେହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏହା ସହ କିଛି ଏମିତି ଲେଖିଛନ୍ତି ବିରାଟ । ଫ୍ୟାନ୍ସ ତାଙ୍କ ମନପସନ୍ଦ ଖେଳାଳିଙ୍କୁ ଦେଖିବାକୁ ଇଚ୍ଛା କରନ୍ତି ।ତାଙ୍କୁ ଦେଖିଲେ ଉତ୍ସାହ ଲାଗେ ।

କିନ୍ତୁ ବ୍ୟକ୍ତିଗତ ରୁମ୍ ମଧ୍ୟରେ ପଶି ଭିଡିଓ କରିବାଟା କେତେ ଦୂର ଉଚିତ ବୋଲି ପ୍ରଶ୍ନ କରିଛନ୍ତି ବିରାଟ । ଯଦି ହୋଟେଲରେ ମୋର ରୁମ୍ ଭିତରେ ମୋର ବ୍ୟକ୍ତିଗତ ଜିନିଷ ଗୋପନ ରହିପାରୁନି ତେବେ ବାହାରେ ମୁଁ ନିଜକୁ କିପରି ସୁରକ୍ଷିତ ରଖିବି । ଏହା ସହ ବିରାଟଙ୍କ ପତ୍ନୀ ଅନୁଷ୍କା ମଧ୍ୟ ଏନେଇ ନିଜରର ପତିକ୍ରିୟା ରଖିଛନ୍ତି । ଅନୁଷ୍କା ଇନଷ୍ଟାରେ ଏକ ପୋଷ୍ଟ କରି ପ୍ରଶ୍ନ କରିଛନ୍ତି । ଯଦି କେହି ଆପଣଙ୍କ ରୁମ୍ରେ ଆପଣଙ୍କ ସହ ଏପରି କରିବ। ତେବେ ଆପଣଙ୍କୁ ଏହା କିପରି ଲାଗିବ ? ତେବେ ବିରାଟଙ୍କୁ ଘରୋଇ ହୋଟଲେ ମାଲିକ କ୍ଷମା ମାଗିବା ସହ ସମ୍ପୃତ କର୍ମଚାରୀଙ୍କ ଚାକିରୀରୁ ବରଖାସ୍ତ କରିଛନ୍ତି ।