କ୍ରିକେଟ୍‌ ମଇଦାନରେ ପାଦ ଦେଲେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା

କ୍ରିକେଟ୍‌ ମଇଦାନରେ ପାଦ ଦେଲେ ବଲିଉଡ୍ ଅଭିନେତ୍ରୀ ତଥା କ୍ରିକେଟର୍ ବିରାଟ୍ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା!

0

(ମୁମ୍ବାଇ) “ କ୍ରିକେଟ୍‌ ମଇଦାନରେ ପାଦ ଦେଲେ ବଲିଉଡ୍ ଅଭିନେତ୍ରୀ ତଥା କ୍ରିକେଟର୍ ବିରାଟ୍ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା! ଅନୁଷ୍କା କିମ୍ବଦନ୍ତୀ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ଆତ୍ମଜୀବନୀକୁ ନେଇ ଆଧାରିତ ଫିଲ୍ମ ‘ଚକଦା ଏକ୍ସପ୍ରେସ’ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ଫିଲ୍ମରେ ସେ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ।

ସୂଚନାନୁଯାୟୀ , ନିଜକୁ ଝୁଲଣଙ୍କ ଭୂମିକାରେ ଖାଇ ଖୁଆଇବା ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି। ଏପରିକି ସେ ନେଟ୍ସରେ ପ୍ରାକ୍ଟିସ୍ ମଧ୍ୟ କରୁଛନ୍ତି। ଏହାର ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଭାରତୀୟ ମହିଳା କ୍ରିକେଟ୍ ଟିମର ପେସ୍ ବୋଲର ଝୁଲଣଙ୍କ ପରି ପରଫେକ୍ଟ ବୋଲିଂ ସ୍କିଲ୍ସ ପାଇଁ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି । ଅନୁଷ୍କା ଶର୍ମା ବଲ୍‌ ଧରି ହାତରେ ବଲ୍ ଧରିଥିବାର ଫଟୋ ଶେଆର୍ କରିନ୍ତି। ଗୋଟିଏ ଫଟୋରେ ଅନୁଷ୍କା ବଲ୍ ଧରିଛନ୍ତି ଏବଂ ଅନ୍ୟଏକ ଫଟୋରେ ଏହାକୁ ଥ୍ରୋ’ କରୁଥିବା ଦେଖିବାକୁ ମିଳିଛି। ଫଟୋ ପୋଷ୍ଟ କରି ଅନୁଷ୍କା ଲେଖିଛନ୍ତି, ଗ୍ରିପ୍ ବାୟ ଗ୍ରିପ୍।