ଅଲୋଡା ହେଲେ ସାଂସଦ ଅପରାଜିତା !

0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ପାଳୁଛି ତାର ଜନ୍ମଦିନ । ତେବେ ଏହି ଜନ୍ମ ଦିନକୁ ନେଇ ଦେଖାଦେଇଛି ରାଜନୀତି । ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଖୋଜିଲେନି ସରକାର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅପରାଜିତା । ସେ ଟୁଇଟ କରି ଲେଖିଛନ୍ତି, କାହିଁକି ତାଙ୍କୁ ନିମନ୍ତ୍ରଣ କରାଗଲା ନାହିଁ ? କଣ ଥିଲା ତାଙ୍କର ଦୋଷ । ସମାରୋହରେ ସାମିଲ ହେବା ପାଇଁ ଥିଲି ଆଗ୍ରହୀ । କିନ୍ତୁ ତାଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଆମନ୍ତ୍ରଣ କରାଯାଇଛି ।

କ’ଣ ପାଇଁ ବାଦ ପଡିଲେ ସାଂସଦ ଅପରାଜିତା । ଜଣେ ସାଂସଦ ହୋଇ ମଧ୍ୟ ସେ ରାଜଧାନୀର ପ୍ରତିଷ୍ଠା ଦିବସରେରେ ଯୋଗଦେଇ ପାରିଲେନି । ଯାହା ଏକ ପରିତାପ ଏକ ନିନ୍ଦନୀୟ କଥା ବୋଲି କୁହାଯାଉଛି । ସାଂସଦ ହେବା ପରେ ଅପରାଜିତା ଭୁବନେଶ୍ୱର ବିକାଶକୁ ଆଗେଇ ନେବା ପାଇଁ ଚେଷ୍ଟା କରିଆସୁଛନ୍ତି । ଗାଁ ଗାଁ ବୁଲି ବିଭିନ୍ନ ସମସ୍ୟା ପଚାରି ବୁଝିଥାନ୍ତି, ଯେଉଁଥିପାଇଁ ସେ ପ୍ରିୟଭାଜନ ହୋଇପାରିଛନ୍ତି । ତାହାସହିତ ରାଜ୍ୟ ସରକାରଙ୍କୁ ଅନେକ ପ୍ରସଙ୍ଗକୁ ନେଇ ଟାର୍ଗେଟ କରିଥାନ୍ତି ସେ ।

ତେବେ ନିକଟରେ ଏକାମ୍ର ପ୍ରକଳ୍ପ ଏବଂ ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାଙ୍କୁ ଘେରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ । ଯାହାକୁ ନେଇ ଅପରାଜିତାଙ୍କ ସହ ରାଜ୍ୟସରକାରଙ୍କ ତିକ୍ତତା ବଢୁଥିବା ଦେଖାଯାଉଛି । ତେବେ ସ୍ଥାନୀୟ ସାଂସଦଙ୍କୁ ଡକାନଯିବା ବିଜେଡି ଓ ବିଜେପି ଭିତରେ ଥିବା ରାଜନୈତିକ ଅସୟାକୁ ପଦାକୁ ଆଣୁଛି ବୋଲି ଚର୍ଚ୍ଚା ହେଉଛି ।