ହଟଗୋଳ ଭିତରେ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ ଆଗତ

0

ଭୁବନେଶ୍ୱର:କର୍ଣ୍ଣାଟକରେ ରାହୁଲ ଗାନ୍ଧୀ କହିଥିଲେ । ଗୁଜୁରାଟ କୋର୍ଟର ପରିସୀମା ନାହିଁ । ସେ ସେମିତି କିଛି କହି ନାହାନ୍ତି  ।କର୍ଣ୍ଣାଟକରେ କେହି ମାମଲା ରୁଜୁ କରି ନଥିଲେ । ଯେକୌଣସି ଲୋକ ଆଇନ ଜାଣିଛି, ସେ ଭାବି ପାରିବେ ନାହିଁ ଯେ ଫେବୃଆରୀରେ କେଶ ହେଲା, ମାର୍ଚ୍ଚରେ ସରିଗଲା ଓ ସଭ୍ୟ ପଦ ଚାଲିଗଲା । କଟକ ବିଧାୟକଙ୍କ କ୍ଷେତ୍ରରେ ତ ପଦ ଗଲାନି । ମୋର ବିଶ୍ୱାସ ଦେଶର ଆଇନ ଉପରେ । ସେ ପୁଣି ପଦ ପାଇବେ ରାହୁଲ  ।ତାଙ୍କ ଭାରତ ଯୋଡ ଯାତ୍ରାରେ ପ୍ରଧାନମନ୍ତ୍ରୀ ଓ ବିଜେପି ଆତଙ୍କିତ ହୋଇଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିବୃତି ପରେ ବି କଂଗ୍ରେସ ସଦସ୍ୟଙ୍କ ହଟଗୋଳ ଜାରି । ହଟଗୋ ଳ ଭିତରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ 2023 କୁ ଗୃହରେ ଆଗତ କଲେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ସେପଟେ ଗୃହର ସୁପରିଚାଳନା ଲାଗି ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ଗୃହକୁ 15 ମିନିଟ ଲାଗି ମୁଲତବି କଲେ ବାଚସ୍ପତି ।