ଭିଜିଲାନ୍ସ ଜାଲରେ ସରକାରୀ ବାବୁ

0

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ APO । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମନରେଗାର ଆସିଷ୍ଟାଣ୍ଟ ପ୍ରୋଗ୍ରାମିଂ ଅଫିସର(ଏପିଓ) ସୁଶାନ୍ତ କୁମାର ଦାସ। ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଏକ ପୋଖରୀ ମରାମତି କାମର ବିଲର ପ୍ରଥମ କିସ୍ତି ବିଲ୍ ପାସ କରିବା ଲାଗି ଅଭିଯୋଗକାରୀ (ଗ୍ରାମ ସାଥୀ)ଠାରୁ ତାଙ୍କ ନେଇଥିବାରୁ ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍‌ରେ ଏ ନେଇ ମାମଲା ରୁଜୁ କରାଯାଇଛି। ସୁଶାନ୍ତ ଦାସଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ।