ସାଇକେଲ ଛାଡ଼ି ପଦ୍ମ ଧରିଲେ ଅପର୍ଣ୍ଣା ଯାଦବ

0

ଉତ୍ତରପ୍ରଦେଶ : ସାଇକେଲ ଛାଡ଼ି ପଦ୍ମ ଧରିଲେ ମୁଲାୟମ ସିଂ ଯାଦବ ଙ୍କ ସାନ ବୋହୁ ଅପର୍ଣ୍ଣା ଯାଦବ । ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବଙ୍କ ଭାଇବୋହୁ ବିଧିବଦ୍ଧ ଭାବରେ ବିଜେପିରେ ମିଶିଛନ୍ତି । ଏହି ଅବସରରେ ଉତ୍ତରପ୍ରଦେଶ ଡ଼େପୁଟି ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବ ଉପଲକ୍ଷେ ସ୍ୱତନ୍ତ୍ର ଦେବ ସିଂ ଉପସ୍ଥିତ ଥିଲେ । ସେ ମୁଲାୟମଙ୍କ ସାଧାନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ଦ୍ୱିତୀୟ ସ୍ତ୍ରୀ । ବିଜେପିରେ ଯୋଗ ଦେବା ପରେ ଅପର୍ଣ୍ଣା ଯାଦବ କହିଛନ୍ତି କି ମୁଁ ସବୁ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇଛି । ମୋ ପାଇଁ ଦେଶ ପ୍ରଥମେ । ମୁଁ ଏବେ ଦେଶର ସେବା କରିବାକୁ ଆସିଛି, ଯେଉଁଥିପାଇଁ ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି । ସେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନ, ମହିଳା ଓ ରୋଜଗାର ପାଇଁ ହୋଇଥିବା ସବୁ ଯୋଜନାର ପ୍ରଶଂସା କରିଥିଲେ । ୨୦୧୭ ବିଧାନସଭା ନିର୍ବାଚନ ଲକ୍ଷ୍ନୌର କ୍ୟାଣ୍ଟ ଆସନରୁ ଲଢ଼ିଥିଲେ ଅପର୍ଣ୍ଣା । କ୍ୟାଣ୍ଟ ଆସନରୁ ଲଢ଼ି ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କ ଠାରୁ ହାରିଥିଲେ । ସେତେବେଳେ ତାଙ୍କୁ ୬୩ ହଜାର ଭୋଟ ମିଳିଥିଲା।