ସପ୍ଲିମେଣ୍ଟାରୀ ପରିକ୍ଷା ପାଇଁ ଆଜି ଠାରୁ ଅବେଦନ ପକ୍ରିୟା ଆରମ୍ଭ

0

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ଦେଇପାରିବେ ସପ୍ଲିମେଣ୍ଟାରୀ ପରିକ୍ଷା । ସେଥିପାଇଁ ଆଜି ଠାରୁ କରିପରିବେ ଫର୍ମଫୀଲପ । ମାଟ୍ରିକରେ ଯେଉଁ କୌଣସି କାରଣରୁ ଦେଇପାରିନଥିବେ କିମ୍ବା ପରୀକ୍ଷା ଦେଇ ଫେଲ ହୋଇଥିବେ ତେବେ ସପ୍ଲମେଣ୍ଟାରୀ ପରୀକ୍ଷା ଦେଇପାରିବେ । ଛାତ୍ରଛାତ୍ରୀମାନେ ଆଜି ଠାରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲପ କରିପାରିବେ ।ପରେ ଜୁନ ୩ରୁ ୮ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠତ ହେବ । ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଯେଉଁମାନେ ସପ୍ଲିମେଣ୍ଟାରୀ ପରୀକ୍ଷାରେ କୃତକାର୍ୟ୍ୟ ହେବେ ସେମାନେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ସୁଯୋଗ ପାଇବେ । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ମୋଟ୍ ପାସ୍ ହାର ୯୬.୧୯ ପ୍ରତିଶତ ରହିଛି । ସେପଟେ ଆସନ୍ତାବର୍ଷଠାରୁ ମାଟ୍ରିକରେ ଗୋଟିଏ ଫାଇନାଲ ପରୀକ୍ଷା ଅନୁଷ୍ଠିତ ହେବ । ଦୁଇଟି ସମେଟିଭ୍ ପରୀକ୍ଷା ପରିବର୍ତ୍ତେ ଗୋଟିଏ ବୋର୍ଡ ପରୀକ୍ଷା ହେବ । ଏଥରଠୁ ପ୍ରତିବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।