୫୬ ବର୍ଷରେ ଏ.ଆର ରେହମାନ

0

ନୂଆଦିଲ୍ଲୀ : ୫୬ବର୍ଷରେ ପାଦ ଦେଲେ ବଲିଉଡର ଲୋକପ୍ରିୟ ସିଙ୍ଗର ତଥା ଓସ୍କାର ବିଜେତା ଏ.ଆର ରେହମାନ । ରେହମାନଙ୍କୁ ‘ମାଡ୍ରାସର ମୋଜାଟ’ର୍ ଏବଂ ‘ବଲିଉଡର ବିଥୋଭେନ’ ମଧ୍ୟ କହନ୍ତି । ବଲିଉଡରେ ନିଜର ଅସଂଖ୍ୟ ଗୀତ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ରେହମାନ । ‘ରେଜା ଜାନେମନ’, ‘ନାଡାନ ପାରିଣ୍ଡେ’, ‘ଦିଲ ସେ’, ‘ଉର୍ବସୀ’, ‘ସାଡ୍ଡା ହକ’, ‘ଜୟ ହେ’ ଆଦି ଗୀତ ଗାଇ ଅନେକ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି । ତେବେ ସେ କେବଳ ଭାରତରେ ନୁହେଁ ବରଂ ବିଶ୍ୱରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କର ସ୍ଲମଡଗ ମିଲିଅନିୟର ଏବଂ ୧୨୭ ଘଣ୍ଟା ଫିଲ୍ମର ଗୀତ ଭାରତକୁ ବିଶ୍ୱ ସ୍ତରରେ ଆଣି ଦେଇଛି ସଫଳତା । ଏହା ଛଡା ସେ ଗୋଲ୍ଡନ ଗ୍ଲେବ, ଈଇୠଞଇ ଏବଂ ଦୁଇଟି ଏକାଡୋମୀ ପୁରସ୍କାର ମଧ୍ୟ ମିଳିଛି ।

ଅଲ୍ଲା ରାଖା ରେହମାନ ବା ଏ.ଆର ରେହମାନ ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ । ପିତା ଆର.କେ. ଶେଖର ପୂର୍ବରୁ ଜଣେ ଫିଲ୍ମ ସ୍କୋର କମ୍ପାଜର ଥିଲେ । ପିତାଙ୍କ ତତ୍ତ୍ୱାବଧାନରେ ଗୀତ ଗାଇବାକୁ ଆଗ୍ରହୀ ହେଲେ ରେହମାନ । ପିତାଙ୍କ ମୃତ୍ୟୁ ପରେ ମା କରିମା ତାଙ୍କୁ ଲାଳନ ପାଳନ କରିଥିଲେ । ତେବେ କ୍ଲାସିକାଲ ମ୍ୟୁଜିକ ପ୍ରତି ରୁଚି ଥିବା ରେହମାନ ଅଜି ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି । ରେହମାନ ଏକା ସାଙ୍ଗରେ ଜଣେ ମ୍ୟୁଜିକ କମ୍ପୋଜର, ରେକର୍ଡ ପ୍ରଡ୍ୟୁସର, ସିଙ୍ଗର ଏବଂ ସଙ୍ଗ ରାଇଟର । ତାମିଲ, ତେଲୁଗୁ, ହିନ୍ଦି, ଇଂରାଜୀ ଅନେକ ଭାଷାରେ ଗୀତ ଗାଇ ଚର୍ଚ୍ଚା ସାଉଁଟିଛନ୍ତି । ଦେଶ ତଥା ଦେଶ ବାହାରେ ମଧ୍ୟ ରେହମାନଙ୍କର ଅନେକ ଫ୍ୟାନ୍ସ ଅଛନ୍ତି । ୧୯୯୨ ମସିହା ତାମିଲ ଫିଲ୍ମ ‘ରୋଜା’ର ଗୀତ ତାଙ୍କୁ ଆଣିଦେଇଥିଲା ସଫଳତା । ତେବେ ଆଜି ତାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଛି ।