ଅର୍ଚ୍ଚନା ମାଗିଲେ ଜାମିନ

0

 ବ୍ୟୁରୋ /ରିପୋଟର୍ସଟୁଡେ : ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଜି ଜାମିନ ମାଗିଲେ ଅପରାଧୀ । ଯାହାକୁ ଲେଡି ବ୍ଲାକ ମେଲର ରୂପେ ଅଭିହିତ କରାଯାଇଛି । ବଡ ବଡିଆ ଲୋକଙ୍କୁ ମାୟାଜାଲରେ ଫସାଇ ରଖିଥିଲେ ଅର୍ଚ୍ଚନା ନାଗ । ତେବେ ଅର୍ଚ୍ଚନାଙ୍କ କେସ ହାଇକୋର୍ଟରେ ପହଁଂଚିଛିି । ଏଥିରେ ସେ ହାଇକୋର୍ଟକୁ ଜାମିନ ନିବେଦନ କରିଛନ୍ତି ବୋଲି ସୂଚନା ଆସିଛି ସାମ୍ନାକୁ । ଭିଆଇପି ମାନଙ୍କୁ ବ୍ଳାକମେଲ କରିବା ଅଭିଯୋଗରେ ଜେଲ ଯାଇଥିଲେ ଅର୍ଚ୍ଚନା ।

ହାଇକୋର୍ଟର ଏସଡିଜେଏମ କୋର୍ଟରେ ଅର୍ଚ୍ଚନା ଜାମିନ ଆବେଦନ କରିଛନ୍ତି । ଏହା ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନ ହୋଇପାରିନଥିଲା । ଏକାଧିକ ଓକିଲ ଆବେଦନ କରିଥିବାରୁ ହୋଇପାରିନଥିଲା ଶୁଣାଣି । ଏପର୍ଯ୍ୟନ୍ତ କେଉଁ ଓକିଲ ଲଢିବେ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି । ଭିଡିଓ କନ୍‌ଫରେସିଙ୍ଗରେ ଅର୍ଚ୍ଚନାଙ୍କୁ ହାଜର କରାଯାଇଥିଲା । ଏହାର ଶୁଣାଣି ଆଜି ହେବ କି କେବେ ହେବ ଜଣା ପଡିନଥିବା ବେଳେ ସେ କେଉଁ ଗ୍ରାଉଣ୍ଡରେ ଜାମିନ ଆବେଦନ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।