ଅର୍ଚ୍ଚନା ନାଗ ମାମଲା : ଇଡିରେ ହାଜର ହେଲେ ଜମି ମାଲିକ

0

ଭୁବନେଶ୍ୱର : ଅର୍ଚ୍ଚନା ନାଗ ମାମଲା । ଆଜି ଇଡିରେ ହାଜର ହେଲେ ଜମି ମାଲିକ । ଜମି ମାଲିକ ପ୍ରଭାତ ରଞ୍ଜନ ପତି ହଜାର ହୋଇଛନ୍ତି । ଅର୍ଚ୍ଚନା ଓ ଖଗେଶ୍ୱର ସେହି ଜମି ମାଲିକଙ୍କ ଠାରୁ ଜମି କିଣିଥିଲେ । କିଭଳି ଜମି କିଣିଥିଲେ ? କ୍ୟାସ ରେ ନାଁ ଚେକ ରେ ? ଜମିର ପ୍ରକୃତ ମୂଲ୍ୟ ଠାରୁ କମ ମୂଲ୍ୟରେ ଜମି କିଣିଥିବା ସୂଚନା ରହିଛି ।

ସେନେଇ ଖୋଲାତାଡ଼ କରିବ ଇଡି । ସେହିଭଳି ଇଡିରେ ଆଜି ପୁଣି ହାଜର ହୋଇ ଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ପ୍ରମୋଦ ଙ୍କୁ ପୁଣି ଜେରା କରି ଅର୍ଚନା ଲିଙ୍କ ର ଗୁମର ଖୋଲିବ ଇଡି । ସେହିପରି ପ୍ରମୋଦଙ୍କ ଅର୍ଚନା ଙ୍କ ସହ ମୋଟା ଅଙ୍କର କାରବାର ହୋଇଥିବା ଇଡି ଖବର ପାଇଛି । ସେ ନେଇ ଆଉ ଅଧିକ ପଚରା ଉଚୁରା କରିବ ଇଡି ।