ଭୁବନେଶ୍ୱର : ନାଗ ଫାଶର ପଡି EDରେ ହାଜର ହେଲେ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ । EDର ସମନ ଅନୁସାରେ ହାଜର ହେଲେ ପ୍ରମୋଦ ସ୍ୱାଇଁ । ED ଅଫିସ୍କୁ ହାଜର ପାଇଁ ଗଲା ବେଳେ ଗଣମାଧ୍ୟମ ଆଗରେ ରଖିଛନ୍ତି ନିଜ ପ୍ରତିକ୍ରିୟା | ଅର୍ଚନା ତାଙ୍କୁ ବ୍ଲକ ମେଲ କରୁଥିବା କଥା ସେ କହିଛନ୍ତି | ଏହା ଛଡା ଅର୍ଚନା କୁଆଡେ ତାଙ୍କ ଜାଗମରା ସ୍ଥିତ ଘରେ ଭଡ଼ାରେ ରହୁଥିଲେ । ତେବେ EDରୁ ଫେରିବା ପରେ ଆଉ ସବୁ କିଛି କହିବି ବୋଲି କହିଛନ୍ତି ପ୍ରମୋଦ । ପ୍ରମୋଦଙ୍କୁ ପଚରାଉଚରା ବେଳେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ସହ ଲିଙ୍କ୍ର ଗୁମର ଖୋଲିବାକୁ ଇଡି ପ୍ରୟାସ କରିବ ।
ଏହା ବ୍ୟତୀତ ଅର୍ଚ୍ଚନା ନାଗ ମାମଲାରେ ଆହୁରି ବଡ଼ବଡ଼ିଆ ଇଡିରେ ହାଜର ହୋଇପାରନ୍ତି । ରାଜନେତା, ବ୍ୟବସାୟୀ ନା ଜମି ମାଲିକ, କିଏ ହେବେ ହାଜର ତା ଉପରେ ସମସ୍ତଙ୍କ ନଜର ନଜର ରହିଛି । ମିଳିଥିବା ସୂଚନା ଅନୁଯାୟୀ, ନାଗ-ଚାନ୍ଦଙ୍କ ହନିଟ୍ରାପ୍ ମାମଲାରେ ଜେରା ପାଇଁ ପୂର୍ବରୁ ପ୍ରାୟ ୧୫ ଜଣଙ୍କୁ ସମନ ହୋଇଥିଲା । ତାମଧ୍ୟରୁ ୨-୪ ଜଣଙ୍କୁ ଇଡି ଜେରା କରିସାରିଛି । ଆଉ ପ୍ରାୟ ୧୧ ଜଣଙ୍କ ଜେରା ବାକି ରହିଛି । ସେମାନେ କେବେ ଇଡିରେ ହାଜର ହେବେ ? ସେହି ୧୧ ଜଣ ବ୍ୟକ୍ତି କିଏ ? ତାକୁ ନେଇ ଲାଗିରହିଛି ସସ୍ପେନ୍ସ ।
କାରଣ ସେମାନେ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲା ଜଣାପଡ଼ିଛି । ଅର୍ଚ୍ଚନା ପାଖକୁ ଲକ୍ଷ ଲକ୍ଷ ଟଙ୍କା କାହିଁକି ପଠାଇଥିଲେ, ସେନେଇ ପଚରାଉଚରା କରିବ ଇଡି । ଆଶା କରାଯାଉଛି, ଆଜିଠାରୁ ଏହି ସମସ୍ତଙ୍କ ହାଜିରା ପ୍ରକ୍ରିୟା ଆରମ୍ଭ ହେବ । ଜେରା ପରିସରକୁ ଆସିପାରନ୍ତି ଜମି ମାଲିକ, ସୁନା ବ୍ୟବସାୟୀ ଓ ରାଜନେତା । ହନିଟ୍ରାପ୍ର ସୂତ୍ରଧର କୁହାଯାଉଥିବା ଶ୍ରଦ୍ଧାଞ୍ଜଳି ବେହେରା, ଅର୍ଚ୍ଚନାର ଡ୍ରାଇଭର ଚନ୍ଦନ ଓ ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରର ବୟାନ ଆଧାରରେ ଏକ ତାଲିକା ପ୍ରସ୍ତୁତ କରିଛି ଇଡି । ସେହି ତାଲିକାକୁ ତଦନ୍ତକାରୀ ଅଧିକାରୀ ଇଡିର ଦିଲ୍ଲୀ ମୁଖ୍ୟାଳୟ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି । ଏବେ ଅର୍ଚ୍ଚନା ଏବଂ ସ୍ୱାମୀ ଜଗବନ୍ଧକୁ ଇଡି ଅଧିକାରୀ ରିମାଣ୍ଡରେ ନେବାର ଯୋଜନା ରହିଛି । ତାସହ ଅର୍ଚ୍ଚନା ନାଗଫାଶରେ ପଡ଼ି ଲକ୍ଷାଧିକ ଟଙ୍କା ଗଣିଥିବା ପ୍ରଭାବଶାଳୀଙ୍କୁ ଧରି ଅର୍ଚ୍ଚନା ଓ ଜଗବନ୍ଧୁ ସହ ସମ୍ନାସାମ୍ନି ଜେରା କରିବାକୁ ଇଡି ଯୋଜନା କରିଥିବା ଚର୍ଚ୍ଚା ହେଉଛି ।