ଇଡି ସ୍କାନରରେ ଅର୍ଚ୍ଚନା ନାଗ

0

ବ୍ୟୁରୋ : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଏବେ ଇଡି ସ୍କାନରରେ । ବେଆଇନ ଆର୍ଥିକ କାରବାରରେ ଖୁବ ଶୀଘ୍ର ଉଭୟଙ୍କୁ ତଦନ୍ତ ପରସରକୁ ଆଣିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏ ନେଇ ଆଜି ପୋଲିସ ପାଖରୁ ଏକ ଏଫ୍ଆଇଆର କପି ବୁକ୍ କରିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀ ସେକ୍ସଟୋର୍ସନ ମାମଲାରେ ଗିରଫ ହୋଇ ଝାରପଡା ଜେଲରେ ଅଛନ୍ତି ।

ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ଅର୍ଚ୍ଚନାର କଳା ସାମ୍ରାଜ୍ୟର ହାତବାରିସ ସାଜିବା ଓ ବିଭିନ୍ନ ଅପରାଧିକ ଅଭିଯୋଗରେ ଗିରଫ କରି ମୋବାଇଲ,ଲାପଟପ, ଡାଏରୀ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସକୁ ମିଳିଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଥିଲେ । ଖଣ୍ଡଗିରି ଥାନା ଏହି ମାମଲାର ତଦନ୍ତ କରୁଛି । ଯଦି ଇଡି ତଦନ୍ତ କରେ ଆଶା କରାଯାଉଛି ଖୁବ ଶୀଘ୍ର ଏହି କଳା ସାମ୍ରାଜ୍ୟର ଗୁମର ସାମ୍ନାକୁ ଆସିବ ।