ଏଥର ଦଶହରାରେ ରିଲିଜ ହେବ ଅର୍ଚ୍ଚିତାଙ୍କ ଏହି ଫିଲ୍ମ

0

ଭୁବନେଶ୍ୱର: ଓଲିଉଡ଼ ଜଗତରେ ଅର୍ଚ୍ଚିତା ହେଉଛନ୍ତି ଜଣେ ନାମୀଦାମୀ ନାୟିକା । ଯଦି ବର୍ତ୍ତମାନ ଓଡ଼ିଆ ହିରୋଇନଙ୍କ କଥା ଆସେ ତେବେ ଆଗଧାଡିରେ ଅର୍ଚ୍ଚିତା ହିଁ ଦେଖାଯାଆନ୍ତି । ଓଡିଶାରେ ପ୍ରତି ବର୍ଷ ପୂଜାପର୍ବାଣରେ ଅର୍ଚ୍ଚିତାଙ୍କ ଫିଲ୍ମ ରିଲିଜ ହୁଏ । ସେହିପରି ଏଥର ଦଶହରାରେ ତାଙ୍କର ଏକ ମୁଭି ମହିଷାସୁର ରିଲିଜ ହେବାକୁ ଯାଉଛି । ସେଥିରେ ସେ ଏକ ମୁସଲିମ ଝିଅ ସବାନା ବେଗମ କ୍ୟାରେକ୍ଟରରେ ଅଭିନୟ କରିଛନ୍ତି ।

ଫିଲ୍ମଟିରେ ଅର୍ଚ୍ଚିତାଙ୍କ ସହ ଲିଡ ଭୂମିକାରେ ଅଛନ୍ତି ବବି ମିଶ୍ର । ସବାନା ଓକିଲ ଭୂମିକାରେ ତାଙ୍କ ବାପାଙ୍କ ପାଇଁ ଲଢେଇ କରୁଛନ୍ତି । ଏବଂ ବବି ମିଶ୍ର ଏଥିରେ ଆଦିତ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଆଦିତ୍ୟ ହେଉଛନ୍ତି ସବାନାଙ୍କ ଓକିଲାତି ଗୁରୁ । ତେଣୁ କଥାଟି ହେଉଛି ଆଦିତ୍ୟ ସେହି ସମାନ କେସର ବିପକ୍ଷରେ ଲଢେଇ କରୁଛନ୍ତି । ତେବେ ଫିଲ୍ମଟିରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଲଢେଇ ଚାଲିଛି ।

ଅର୍ଚ୍ଚିତାଏହି ମୁସଲିମ ଲୁକରେ ଆହୁରି ସୁନ୍ଦର ଦେଖାଯାଉଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଏହି ଲୁକରେ ରିଲସ କରି ଫିଲ୍ମର ପ୍ରମୋସନ କରୁଛନ୍ତି । ଫିଲ୍ମ ସୁଟିଙ୍ଗ ସମୟରେ ଅର୍ଚ୍ଚିତା କହିଛନ୍ତି ସେ ଏହି ଫିଲ୍ମ ପୂର୍ବରୁ ଏକ ଖ୍ରୀଷ୍ଟିଆନ କ୍ୟାରେକ୍ଟରରେ ଚକଲେଟ ମୁଭିରେ ଅଭିନୟ କରିଥିଲେ । ଚକଲେଟ ମୁଭିକୁ ସମସ୍ତେ ପସନ୍ଦ କରିଥିଲେ । ତେଣୁ ଏହି ଫିଲ୍ମଟି ମଧ୍ୟ ସମସ୍ତଙ୍କୁ ଭଲ ଲାଗିବ । ତେବେ ମହିଷାସୁର ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଛି । ଦଶହରାରେ ରିଲିଜ ହେବ ଏହି ଚଳଚ୍ଚିତ୍ର ।