ମୋଟାପଣରେ ଶିକାର ହୋଇ ଆପଣାଉଛନ୍ତି କି ଡାଏଟିଂ? ହୋଇପାରେ ଏହି ସବୁ ରୋଗ

0

ଆଜିକାଲି ଦୁନିଆରେ ମୋଟାପଣ ଏକ ସାଧାରଣ ଓ ଚିନ୍ତାଜନକ ବିଷୟ ହୋଇଛି । ଯୁବପିଢିଙ୍କ ମଧ୍ୟରେ ଫାଷ୍ଟଫୁଡ ଖାଇବାର ଅଭ୍ୟାସ ପାଇଁ ଅଧିକାଂଶ ମୋଟାପଣର ଶିକାର ହେଉଛନ୍ତି । ଏହି ମୋଟାପଣରୁ ମୁକୁଳିବା ପାଇଁ ଆପଣାଉଛନ୍ତି ବିଭିନ୍ନ ଉପାୟ । କିଏ ବାୟାମ କରୁଛନ୍ତି, କିଏ ଯୋଗ, ପୁଣି କିଏ ଡାଏଟିଂକୁ ଆପଣାଇ ନେଇଛନ୍ତି । ତେବେ ଏହି ଡାଏଟିଂ ଶରୀରରେ ବିଭିନ୍ନ ରୋଗର କାରଣ ହେଉଥିବା ବିଶେଷଜ୍ଞ କହୁଛନ୍ତି । ଘଣ୍ଟା ଘଣ୍ଟା ଭୋକିଲା ରହିବା ଫଳରେ ଶରୀରର ଉପରେ କୁପ୍ରଭାବ ପଡୁଛି । ଶରୀରରେ କ୍ୟାଲୋରୀର ପରିମାଣ ହ୍ରାସ କରିବାର ଏହା ସଠିକ ଉପାୟ ନୁହେଁ । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ , ଏପରି କରିବା ଦ୍ୱାରା ଶରୀରକୁ ପୋଷକ ତତ୍ୱ ମିଳିପାରିନଥାଏ ଫଳରେ ବିଭିନ୍ନ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇଥାଏ ।
ଡାଏଟିଙ୍ଗ କରିବା ଦ୍ୱାରା କେଉଁ କେଉଁ ରୋଗ ସମସ୍ୟା ଦେଖାଯାଇଥାଏ ?11 Best and Worst Foods for Boosting Metabolism | Everyday Health
ମେଟାବୋଲିଜିମ ହ୍ରାସ– ‘ନେସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ୍‌’ର ଅନୁସନ୍ଧାନକାରୀଙ୍କ ମତ ଅନୁଯାୟୀ, ଡାଏଟିଙ୍ଗ ଲୋକମାନଙ୍କର ମେଟାବୋଲିଜିମ୍ ସିଷ୍ଟମକୁ ଖରାପ କରିଥାଏ । ଏହି ସମୟରେ ଶରୀରରେ ଗ୍ରେଲିନ୍ ହରମୋନ( ହଙ୍ଗର ହରମୋନ)ର ସ୍ତର ବୃଦ୍ଧି ପାଇଥାଏ ।
ମାଂସପେଶୀ ଦୁର୍ବଳ – ଡାଇଟିଂଙ୍ଗ କରିବା ଦ୍ୱାରା ଶରୀରର ମାଂସପେଶୀ ଗୁଡ଼ିକ ଉପରେ ଖରାପ ପ୍ରଭାବ ପଡିଥାଏ । ସଠିକ୍ ଭାବରେ ଡାଇଟିଂଙ୍ଗ ନକରିବା ଦ୍ୱରା ଶରୀରର ଅଧିକ ପରିମାଣର କ୍ୟାଲୋରୀ ହ୍ରାସ ହୋଇଥାଏ ଓ ଏହା ମାଂସପେଶୀକୁ ଦୁର୍ବଳ କରିଦେଇଥାଏ ।
ଷ୍ଟୋନ ସମସ୍ୟା – ଡାଏଟ କରିବା ଦ୍ୱାରା ଶରୀରରେ ନ୍ୟୁଟ୍ରିସନ୍ ପରିମାଣ କମ ହୋଇଥାଏ । ବୈଜ୍ଞାନିକଙ୍କ ବିଶ୍ଳେଷଣରୁ ଜଣାଯାଇଛି ଯେ, ଆମେ ଖାଦ୍ୟରେ ଅଧିକ ପରିମାଣର ଜଳୀୟଅଂଶ ଥିବା ଖାଦ୍ୟ ଖାଇବା ଆବଶ୍ୟକ ଯଦି ଏଭଳି ଖାଦ୍ୟ ଆମ ଦୈନନ୍ଦିନ ଖାଇବାରେ ସାମିଲ ହେଉନାହିଁ ତେବେ ବରମ୍ବାର ଡିହାଇଡ୍ରେସନ ହୋଇ କିଡିନ୍ ଷ୍ଟୋନ ସମସ୍ୟା ସୃଷ୍ଟି ହୋଇଥାଏ ।


ଆଣ୍ଠୁ ଗଣ୍ଠି ଯନ୍ତ୍ରଣା –ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ,ବୃଦ୍ଧ ବ୍ୟକ୍ତିମାନେ ଯଦି ଉପବାସ କରିଥାଆନ୍ତି ତେବେ ସେମାନଙ୍କ ଓଜନ ତ୍ୱରନ୍ତ ହ୍ରାସ ହୋଇଥାଏ ଏବଂ ଓଜନ କମ୍ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଆହୁରି କ୍ଷତିକାରକ ହୋଇଥାଏ ଫଳରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟା ଉପୁଜିଥାଏ ।
କେଶ ଝଡ଼ିବା –‘ଡର୍ମାଟୋଲୋଜି ପ୍ରାକ୍ଟିକାଲ୍ ଏବଂ କନ୍ସେପ୍ଟୁଆଲ୍\’ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଦ୍ୱରା କେଶ ଝଡ଼ିବା ସମସ୍ୟା ଦେଖାଯାଇଥାଏ । ନ୍ୟୁଟ୍ରିସନ୍‌ର ଅଭାବ ଯୋଗୁଁ ଏଭଳି ସମସ୍ୟା ଉପୁଜିଥାଏ । କେଶର ଷ୍ଟ୍ରକଚର ଓ ଗ୍ରୋଥ ଉଭୟ ଉପରେ ଖରାପ ପ୍ରଭାବ ପକାଇଥାଏ ।Can You Prevent Degenerative Joint Disease | Advanced Bone & Joint
ଦୁର୍ବଳ ଅନୁଭବ ହେବା – କମ୍ ଖାଦ୍ୟ ଖାଇବା ଦ୍ୱାରା କମ୍ କ୍ୟାଲୋରୀ ସୃଷ୍ଟି ହୋଇଥାଏ ଏବଂ ଆମେ ସୁସ୍ଥ ଅନୁଭବ କରିଥାଉ କିନ୍ତୁ ଡାଏଟ କରିବା ଦ୍ୱରା କାର୍ବୋହାଇଡ୍ରେଟ୍ ହ୍ରାସ ପାଇ ବହୁତ ଜଲଦି ହାଲିଆ ଲାଗିଥାଏ । କମ୍ କାର୍ବୋହାଇଡ୍ରେଟ୍‌ର ଦ୍ୱାରା ଶରୀରରେ ଶକ୍ତିର ପରିମାଣ କମ ହୋଇଯାଇଥାଏ ଫଳରେ ଆମକୁ ଦୁର୍ବଳ ଅନୁଭବ ହୁଏ ।Just Similar to Body Your Eyes Need Exercise. Know Why?
ଶରୀରରେ ରୋଗର ସମସ୍ୟା ବୃଦ୍ଧି –ଡାଏଟିଙ୍ଗ ପାଇଁ ଅଧିକ ସମୟ ଧରି ଭୋକରେ ରହିବା ପାଇଁ ଚେଷ୍ଟା କରନ୍ତି ତେବେ ଏହା ଶରୀର ପାଇଁ କ୍ଷତିକାର ହୋଇପାରେ । ଏହା ଦ୍ୱାରା ଶରୀରରେ ବିଭିନ୍ନ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇଥାଏ । ହାବର୍ଡ଼ ମେଡିକାଲ ସ୍କୁଲର ବିଶେଷଜ୍ଞମାନଙ୍କ ମତ୍ ଅନୁଯାୟୀ ଏଭଳି ଡାଏଟ୍ କରିବା ଦ୍ୱାରା ମୁଣ୍ଡବିନ୍ଧା, ଅଳସୁଆ, କୋଷ୍ଠକାଠିନ୍ୟ ଏବଂ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ ।
ବାରମ୍ବାର ଭୋକ ଲାଗିବା- ଶରୀରର ଆବଶ୍ୟକତାକୁ ନ ଜାଣି ଡାଏଟ୍ କରୁଥିବା ବ୍ୟକ୍ତି ଏହି ରୋଗରେ ଶିକାର ହୋଇଥାଆନ୍ତି ।ଏହା ଭବିଷ୍ୟତରେ ଏନଜାଇଟ୍ ଓ ମାନସିକ ରୋଗର କାରଣ ମଧ୍ୟ ହୋଇପାରେ ।ଏଥିପାଇଁ ଆପଣ ଆପଣଙ୍କ ଡାଏଟରେ ପୋଷକ ତତ୍ୱ ଖାଦ୍ୟର ସେବନ କରିବା ଜରୁରୀ ।