୨ଗୋଷ୍ଠୀ ମଧ୍ୟରେ ବଚସା, ୬ଆହତ

0

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକୁଟା। ଉଭୟ ପକ୍ଷର ୬ ଜଣ ଆହାତ , ୪ ଗୁରୁତର। ଲକ୍ ଥାନା ଅଧିନ ବାଲିଡିଆ ଗ୍ରାମରେ ଘଟିଛି ଘଟଣା। ଗୁରୁତର ୪ ଜଣଙ୍କୁ ଅଠରବାଙ୍କି ଡାକ୍ତରଖାନାରୁ କଟକ ସ୍ଥାନାନ୍ତର। ବାଲିଡିଆ ଗ୍ରାମର ନିମାଇଁ ବେଉରା ଙ୍କ ପରିବାର ଓ ହରେକୃଷ୍ଣ ଜେନାଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଥିଲା। ଏହି ଘଟଣାକୁ ନେଇ ଉଭୟ ପକ୍ଷ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମାତ୍ର କାଲି ସନ୍ଧ୍ୟାରେ ଉଭୟ ପରିବାରଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟ ପକ୍ଷ ଦା, ଚାପଡ ଓ ରଡ଼ ଦ୍ୱାରା ଉଭୟଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜିତେନ୍ଦ୍ର ଜେନା(୩୦), ହରେକୃଷ୍ଣ ଜେନା (୫୬), ବରେନ୍ଦ୍ର ଜେନା (୪୩) ଓ ଅପରପକ୍ଷର ଚନ୍ଦନ ବେଉରା(୩୫), ପ୍ରସନ୍ନ ବେଉରା (୨୪), ନିମାଇଁ ବେଉରା(୬୦ ) ଆହାତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ପରେ ପ୍ରସନ୍ନ ବେଉରା, ନିମାଇଁ ବେଉରା , ହରେକୃଷ୍ଣ ଜେନା, ଜିତେନ୍ଦ୍ର ଜେନା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।