ବ୍ୟୁରୋ : ୟୁପିଆଇ ନିର୍ବାଚନରେ ଭାରତକୁ ଏକ ଐତିହାସିକ ବିଜୟ ମିଳିଛି । ଏହି ନିର୍ବାଚନରେ ଭାରତ ତରଫରୁ ଭୁବନେଶ୍ୁର ସାଂସଦ ଅପରାଜିତା ଷଡଙ୍ଘୀଙ୍କ ନାମ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ରନରେନ୍ଦ୍ର ମୋଦି । ଦୀର୍ଘ ୨୦ ବର୍ଷ ପରେ ଭାରତକୁ ଏହି ସମିତିର ସଦସ୍ୟତା ଦେବାର ସୁଯୋଗ ମିଳିଛି । ଏହି ଆନ୍ତଃଜାତୀୟ ସମିତି ପରିଚାଳନାରେ ୧୫ ଜଣିଆ ସମିତି ରହିଛି । ଗୋଟିଏ ପଦ ଫାଙ୍କା ପଡିବା ପରେ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀମତି ଷଡଙ୍ଘୀଙ୍କୁ ଭାରତ ତରଫରୁ ପ୍ରତିନିଧିତ୍ୁ କରିବା ପାଇଁ ବିଧିବିଧ ଭାବେ ନାମ ଘୋଷଣା କରିଥିଲେ ।
ତେବେ ସେ ଦୁଇ /ତୃତୀୟାଶଂ ଭୋଟ ପାଇ ଇଣ୍ଟର ପାର୍ଲାମେଣ୍ଟ ୟୁନିଅନକୁ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଶ୍ରୀମତି ଷଡଙ୍ଘୀ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ମୋଟ ୧୭୮ଟି ଦେଶ ଅଶଂଗ୍ରହଣ କରିଥିଲେ । ୨୦ ବର୍ଷ ତଳେ ଭାରତ ତରଫରୁ ନଜମା ହେପାତୁଲା ଏହି ସମିତିର ସଦସ୍ୟ ଥିଲେ । ଏହି ବିଜୟ ହାସଲ କରିବା ପରେ ସାଂସଦ ଅପରାଜିତା ଷଡଙ୍ଘୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେପଟେ ଏହି ସଫଳତାକୁ ନେଇ ଲୋକସଭା ବାଚସ୍ପତି ଓମ୍ ବିରଲା ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।