‘ରାମ’ ଭୂମିକା ପରେ ଲୋକେ ଭଗବାନ ଭାବୁଥିଲେ :ଅରୁଣ ଗୋଭିଲ୍

ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ରାମାନନ୍ଦ ସାଗରଙ୍କ ଟିଭି ଶୋ’ ରାମାୟଣ।

0

(ମୁମ୍ବାଇ) : ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ରାମାନନ୍ଦ ସାଗରଙ୍କ ଟିଭି ଶୋ’ ରାମାୟଣ। ସିରିଏଲରେ ‘ରାମ’ର ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ୍। ଦର୍ଶକଙ୍କ ମଧ୍ୟରେ ଏତେ ଲୋକପ୍ରିୟ ହୋଇଥିଲେ ଯେ ଲୋକମାନେ ତାଙ୍କୁ ବାସ୍ତବରେ ଭଗବାନ ଭାବୁଥିଲଲେ। ଅରୁଣ ନିଜେ ଏକ ଇଣ୍ଟରଭ୍ୟୁରେ ଏହା ଖୁଲାସା କରିଛନ୍ତି।

ସୂଚନାନୁଯାୟୀ , କ୍ୟାରିୟର ବିଷୟରେ ଅରୁଣ ଇଣ୍ଟରଭ୍ୟୁରେ କହିଛନ୍ତି, ମୁଁ ହିନ୍ଦୀ ଫିଲ୍ମରେ ହିରୋ ଭାବରେ ମୋର କ୍ୟାରିୟର ଆରମ୍ଭ କରିଥିଲି। କିନ୍ତୁ ରାମାୟଣରେ କାମ କରିବା ପରେ, ଯେତେବେଳେ ମୁଁ ବଲିଉଡ ଫିଲ୍ମକୁ ଫେରିବାକୁ ଚାହିଁଲି, ନିର୍ମାତାମାନେ ମୋତେ କହିଥିଲେ ରାମ ଭାବରେ ମୋର ଭାବମୂର୍ତ୍ତି ବହୁତ ଶକ୍ତିଶାଳୀ ହୋଇସାରିଛି। ଆମେ ଅନ୍ୟ କୌଣସି ଭୂମିକା ପାଇଁ ଆପଣଙ୍କୁ କାଷ୍ଟ କରିପାରିବୁ ନାହିଁ ।