ନୋଟକୁ ନେଇ ତେଜିଲା ରାଜନୀତି

ଇଣ୍ଡୋନେସିଆର ଉଦାହରଣ ଦେଲେ କେଜ୍ରିୱାଲ

0

ଇଣ୍ଡୋନେସିଆ: ନୋଟ୍କୁ ନେଇ ତେଜିଲା ରାଜନୀତି । ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ମୁଦ୍ରାରେ ଦେବୀ ମା ଲକ୍ଷ୍ମ ଏବଂ ପ୍ରଭୁ ଶ୍ରୀ ଗଣେଷଙ୍କ ଫଟୋ ରହିବା ଆବଶ୍ୟକ । ନିଜର ମତ ରଖିବାକୁ ଯାଇ କେଜିୱାଲ ଅଧିକ ସଂଖ୍ୟାରେ ବସବାସ କରୁଥିବା ମୁସଲମାନ ଦେଶ ଇଣ୍ଡୋନେସିଆର ଉଦାହରଣ ଦେଇଛନ୍ତି । ଇଣ୍ଡୋନେସିଆରେ ପ୍ରାୟ ୮୫ ପ୍ରତିଶତ ମୁସଲମାନ ବସବାସ କରୁଥିବା ବେଳେ ମାତ୍ର ୨ପ୍ରତିଶତ ହିନ୍ଦୁ ସେଠାରେ ବାସକରୁଛନ୍ତି । ସେଥିପାଇଁ ଇଣ୍ଡୋନେସିଆକୁ ମୁସଲମାନ ଦେଶ ବୋଲି କୁହାଯାଏ । ଏହା ସତ୍ୱେ ବି ସେଠାକାର ମୁଦ୍ରାରେ ପ୍ରଭୁ ଶ୍ରୀ ଗଣେଷଙ୍କର ଫଟୋ ରହିଛି ।

ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି । ତାଙ୍କ କହିବା ମୁତାବକ, ଯେ ମାତା ଲକ୍ଷ୍ମୀ ଏବଂ ଶ୍ରୀ ଗଣେଷଙ୍କର ଚିତ୍ର ମଧ୍ୟ ନୂତନ ମୁଦ୍ରିତ ନୋଟରେ ରଖାଯାଉ । କେଜ୍ରିିୱାଲଙ୍କ ଏହି ମତ ପରେ ସାରା ଦେଶରେ ନୋଟ ରାଜନୀତି ଆରମ୍ଭ ହୋଇଯାଇଛି । ଇଣ୍ଡୋନେସିଆର ମୁଦ୍ରାକୁ ରୂପିଆ ବୋଲି କୁହାଯାଏ । ଏହାରେ ପ୍ରାୟ ୨୦ ହଜାର ନୋଟରେ ଭଗବାନ ଗଣେଷଙ୍କ ଫଟୋ ଛପାଯାଇଛି । ସେଠାକର ଲୋକଙ୍କ କହିବାମୁତାବକ, ଯେ ପ୍ରଭୁଙ୍କର ଫଟୋ ରଖାଯାଇଥିବା ଯୋଗୁଁ ଏଠାକାର ଅର୍ଥ ବ୍ୟବସ୍ଥା ସର୍ବଦା ଉନ୍ନତ ରହିଥାଏ ।ଏହା ସହ ଇଣ୍ଡୋନେସିଆର ମୁଦ୍ରାର ପଛ ପାଶ୍ୱର୍ରେ ଶ୍ରେଣୀଗୃହର ଚିତ୍ର ରହିଛି । ଯେଉଁଥିରେ ଶିକ୍ଷକ ଓ ଛାତ୍ର ଅଛନ୍ତି । ମୁଦ୍ରା ପଛପାଶ୍ୱର୍ରେ ଯେଉଁ ଶିକ୍ଷକଙ୍କ ଫେଟୋ ରହିଛି, ସେ ହେଉଛନ୍ତି ଇଣ୍ଡୋନେସିଆର ପ୍ରଥମ ଶିକ୍ଷା ମନ୍ତ୍ରୀ ହଜର ଦେବନ୍ତ୍ରା ।