ଜଳେଶ୍ଵର(ଅଜିତ କୁମାର ସାହୁ) :ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ରାଜଘାଟ ନାକା ପଏଣ୍ଟ ନିକଟରୁ ୩ ଟି ଗୋରୁ ବୋଝେଇ କଣ୍ଟେନର ର ସହିତ ଗୋଟିଏ ପିକଅପ ଭ୍ୟାନ ଓ ୨୦୦ରୁ ଉର୍ଦ୍ଧ ଗୋରୁ ଜବତ୍ ।୭ ଜଣ ଗୋରୁ ମାଫିଆ ଥାନାରେ ଅଟକ ଥିଲାବେଳେ ,ଜଣେ ମୃତ । ମୃତ୍ୟୁର କାରଣ ଅସସ୍ପଷ୍ଟ । ପ୍ରାପ୍ତ ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ୬୦ ନମ୍ୱର ଜାତୀୟ ରାଜପଥ ଦେଇ ଓଡିଶାରୁ ପଶ୍ଚିମବଙ୍ଗକୁ ମାଫିଆ ମାନଙ୍କ ଦ୍ୱାରା ବେଆଇନ ଭାବେ, ପ୍ରତେକ ଦିନ ଶହ ଶହ ଗୋରୁ ଚୋରା ଚାଲାଣ ହେଇ ଆସୁଥିଲା ବେଳ, ବିଳମ୍ବିତ ରାତିରେ ୩ଟି କେଣ୍ଟନର ଗୋଟିଏ ପିକଅପ ମାଧ୍ୟମରେ ୨୦୦ରୁ ଉର୍ଦ୍ଧ ଗୋରୁ ବୋଝେଇ ହୋଇ ମାଫିଆଙ୍କ ଦ୍ୱାରା ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ, ଜଳେଶ୍ୱର ପୋଲିସ ଦ୍ୱାରା ଗାଡି ଗୁଡିକୁ ଜବତ କରାଯାଇ ଗୋରୁ ଗୁଡିକୁ ଉଦ୍ଧାର କରା ଯାଇଥିଲା ।
ତେବେ ୭ ଗୋରୁ ମାଫିଆସହିତ ଗାଡି ଚାଳକ ଓ ହେଲ୍ପରକୁ ପୋଲିସ ଅଟକ ରଖିଥିଲା ବେଳେ, ଜଣେ ହେଲ୍ପରଙ୍କର ମୃତ୍ୟୁ ଘଟିଛି । ପୋଲିସ ମୃତ ଦେହକୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ କେନ୍ଦ୍ରରେ ପୋଷ୍ଟ ମୋଟମ ଗୃହରେ ରଖିଛି ! ପୋଲରୁ ଡେଇଁ ହେଲ୍ପରମୃତ୍ୟୁ ହୋଇ ଥିବା ପୋଲିସ କହୁଥିଲା ବେଳେ, ହେଲ୍ପରର ମୃତ୍ୟୁକୁ ନେଇ ସନ୍ଦେହ ଦେଖା ଦେଇଛି । ପୋଷ୍ଟ ମୋଟମ ପରେ ମୃତୁର ପ୍ରକୃତ ସତ୍ୟତା ଜଣା ପଡିବ।