କପିଲଙ୍କୁ ପଛରେ ପକାଇଲେ ଅଶ୍ୱିନ

0

ଦିଲ୍ଲୀ: ରବୀନ୍ଦ୍ର ଜାଦେଜାଙ୍କ ଚମକ ଭିତରେ ଅଭିଜ୍ଞ ଭାରତୀୟ ଅଫ୍ ସ୍ପିନର ଆର ଅଶ୍ବିନ ଅସାଧାରଣ ସଫଳତା ଲାଭ କରିଛନ୍ତି। କିଂବଦନ୍ତି କପିଳ ଦେବଙ୍କୁ ଟପି ଟେଷ୍ଟ୍ କ୍ରିକେଟ୍ରେ ଭାରତ ପକ୍ଷରୁ ଦ୍ବିତୀୟ ସର୍ବାଧିକ ୱିକେଟ୍ ନେଇଛନ୍ତ ଅଶ୍ୱିନ । ୩୫ ବର୍ଷୀୟ ଅଶ୍ବିନ ନିଜ ୮୫ତମ ମ୍ୟାଚରେ ମାଇଲଖୁଣ୍ଟ ଛୁଇଁଥିଲା ବେଳେ ଏହିକ୍ରମରେ ଶ୍ରୀଲଙ୍କା ସ୍ପିନର ରଙ୍ଗଣା ହେରାଥ ୪୩୩ ୱିକେଟ୍ ଓ ନ୍ୟୁଜିଲାଣ୍ଡର ମହାନ ବୋଲର ରିଚାର୍ଡ ହାଡ୍ଲି ଙ୍କୁ ୪୩୧ ୱିକେଟ୍ ଟପି ଯାଇଛନ୍ତି। ୮୪ ଟେଷ୍ଟ୍ରୁ ୪୩୦ ୱିକେଟ୍ ସହ ମୋହାଲି ମ୍ୟାଚ୍ ଖେଳିବା ଆରମ୍ଭ କରିଥିଲେ ଅଶ୍ବିନ।

ବିରାଟ କୋହଲିଙ୍କ ଏହି ଶତକୀୟ ମ୍ୟାଚ୍ର ପ୍ରଥମ ପାଳିରେ ୨ ୱିକେଟ୍ ନେବା ସହ ଦ୍ବିତୀୟରେ ୪ ୱିକେଟ୍ ନେଇ ଏକାଥରକେ କପିଳ, ହାଡଲି ଏବଂ ରଙ୍ଗଣାକୁ ଅତିକ୍ରମ କରିଥିଲେ। କପିଳ ୧୩୧ ଟେଷ୍ଟ୍ ଖେଳି ୪୩୪ ୱିକେଟ୍ ନେଇଥିଲେ। ଅଶ୍ବିନ ୮୫ ମ୍ୟାଚ୍ରୁ ଏବେ ୪୩୬ ୱିକେଟ୍ରେ ପହଞ୍ଚିଯାଇଛନ୍ତି। ମହାନ ସ୍ପିନର ଅନିଲ କୁମ୍ବଲେ ୧୩୨ ଟେଷ୍ଟ୍ରୁ ୬୧୯ ୱିକେଟ୍ ନେଇ ଭାରତର ସଫଳତମ ବୋଲର ହୋଇ ରହିଛନ୍ତି। ଟେଷ୍ଟ୍ କ୍ରିକେଟ୍ରେ ୪୦୦ରୁ ଅଧିକ ୱିକେଟ୍ ନେବାରେ କପିଳ, କୁମ୍ବଲେ ଏବଂ ହରଭଜନ ସିଂହଙ୍କ ପରେ ଚତୁର୍ଥ ଭାରତୀୟ ହୋଇଥିଲେ ଅଶ୍ବିନ ।