ଆସିକା ଜୋନ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

0

ଆସିକା/(କମଳିନି ହୋତା): ଗଞ୍ଜାମ ଜିଲ୍ଲାର ଆସିକା କଲେଜ ଛକ ସ୍ଥିତ ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟଠାରେ ଫୁଟବଲ ପ୍ରତିଯୋଗିତା ହୋଇସାରିଛି । ଏହା ୩ଟି ବ୍ଲକକୁ ନେଇ ହୋଇଛି । ଯଥା ଆସିକା, ଧରାକୋଟ, କବିସୂର୍ଯ୍ୟନଗର କୁ ନେଇ ଜୋନ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ହୋଇଥିଲା । ତେବେ ଏହା ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ଭାସ୍କର ଲେଙ୍କାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗଠିତ ହୋଇଥିଲା । ଏହାଏକ ବ୍ଲକସ୍ତରୀୟ ଫୁଟବଲ ପ୍ରତିଯୋଗିତା । ଏଥିରେ ଉଭୟ ବାଳକ ବାଳିକା ଭାଗନେଇ ଖେଳିଥିଲେ । ପ୍ରତିଯୋଗିତାକୁ ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ଓଗୋଷ୍ଠୀ ଶିକ୍ଷାଧିକାରୀ ଭାସ୍କର ଲେଙ୍କା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ପାତ୍ର,ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ  ଆରମ୍ଭ କରିଥିଲେ l

ଅନ୍ୟ ମଞ୍ଚସୀନ ଅତିଥି ମାନଙ୍କ ମଧ୍ୟରେ ଆସିକା ବ୍ଲକ  ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭଞ୍ଜ ବେହେରା, ଧରାକୋଟବ୍ଲକ  ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଦୀପ କୁମାର ହୋତା ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ମହାପାତ୍ର,ଅଶୋକ କୁମାର ପଟ୍ଟନାୟକ, ଅବସର ପ୍ରାପ୍ତ ଗଞ୍ଜାମ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ,ଅବସର ପ୍ରାପ୍ତ ଶାରୀରିକ ନିରୀକ୍ଷକ ବାସୁଦେବ ସାମଲ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ କେନ୍ଦୁପଦର ପ୍ରଗତି ବିଦ୍ୟାପୀଠର  ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଦେବରାଜ ନାୟକଙ୍କୁ ଆସିକା କ୍ରୀଡା ସଙ୍ଘ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ତିନୋଟି ବ୍ଲକର 96 ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରୁ  ଆସିକା ଜୋନରୁ  16ଜଣ ବାଳକ 16 ବାଳିକା ଙ୍କୁ ଚୟନ କରାଯାଇଛି

ଯେଉଁମାନେ ଚଳିତ ମାସ  16 ତାରିଖରେ ଛତ୍ରପୁର ଠାରେ ଅନୁଷ୍ଠିତ ହେବାକୁଥିବା ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗୀତରେ ଅଂଶଗ୍ରହଣ କରିବେ l ଏହି କ୍ରୀଡା ପ୍ରତିଯୋଗିତାକୁ ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ କୈଳାସ ଚନ୍ଦ୍ର ଗୌଡ଼ ପରିଚାଳନା କରିଥିଲା ବେଳେ କ୍ରୀଡା ଶିକ୍ଷକ ତଥା କ୍ରୀଡା ଶିକ୍ଷକ ସଙ୍ଘ ସମ୍ପାଦକ ପଦ୍ମ ଚରଣ ବିଷୋୟୀ,କାହ୍ନା ଦାସ, ଇନ୍ଦିରା ଦାସ,ମୁକେଶ ଦାସ, ଆସିକା କବାଡି ଆସୋସିଏସନ କୋଚ କାର୍ତ୍ତିକ ପଟ୍ଟନାୟକ, ବରୁଣ କୁମାର ବେହେରା, ସମୀର କୁମାର ପ୍ରଧାନ,ମଦନ ମୋହନ ବାଡ଼ତ୍ୟା,କିଶୋର ଚନ୍ଦ୍ର ସ୍ୱାଇଁ, ଜି. ଆନନ୍ଦ ପାତ୍ର, ମୋହନ ଜେନା, ଦେବରାଜ ଜେନା,ଲିଜା ପାତ୍ର, ବର୍ଷା ରାଣୀ ନାହାକ, ଦୀପାଞ୍ଜଳି ବେହେରା,ଦେବରାଜ ନାହାକ, ଧୀରେନ୍ଦ୍ର କୁମାର ସ୍ୱାଇଁ,ବବିତା ବେହେରା,ସ୍ବଦେଶୀ ଦଳେଇ,ଧୀରେନ୍ଦ୍ର କୁମାର ସ୍ୱାଇଁ,ପ୍ରମୋଦ କୁମାର ପଟ୍ଟନାୟକ,ପ୍ରମୋଦିନୀ ସାହୁ,ସନ୍ତୋଷ କୁମାର ପ୍ରଧାନ,ବିଜୟ ଜେନା, ପାଣ୍ଡଵ ସ୍ୱାଇଁ, ପ୍ରମୁଖ ସହଯୋଗ କରିଥିଲେ।