ସୁରତରେ ଥିବା ଓଡ଼ିଆ ଶ୍ରମିକଙ୍କ ମୁହଁରେ ହସ ଫୁଟାଇଲେ ଆସିକା ବିଧାୟିକା

ସୁରତ ରେ ବନ୍ଧୁ ମିଳନ

0

ଆସିକା/କମଳିନୀ ହୋତା – ଗଞ୍ଜାମ ଜିଲ୍ଲାର ବହୁ ଶ୍ରମିକ ଗୁଜୁରାଟ ସୁରତ ସହରର ସୂତାକଳ ରେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି |ଆସିକା ନିର୍ବାଚନ ମଣ୍ଡଳୀର ସର୍ବାଧିକ ଲୋକ ସୁରତ ସହରରେ ବାସବାସ କରିଥାନ୍ତି | ଏହି ପରିପ୍ରେକ୍ଷୀରେ ଆସିକା ବିଧାୟିକା କିଛି ଦିନ ଧରି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିବା ସହିତ ଲୋକ ମାନଙ୍କ ସୁଖଦୁଃଖ ବୁଝୁଥିବା ଦେଖିବାକୁ ମିଳିଛି | ନିଜ ବିଧାୟିକାଙ୍କୁ ପାଖରେ ପାଇ ସୁରତରେ ଥିବା ଶ୍ରମିକ ମାନେ ବେଶ ଖୁସି ଅନୁଭବ କରିଛନ୍ତି | ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଆସିକା ଅଞ୍ଚଳର ବହୁ ବିଜେଡି ନେତା ଓ ସମାଜ ସେବୀ ବିଧାୟିକାଙ୍କ ସହିତ ଯାଇଛନ୍ତି |

ସୂଚାନ ମୁତାବକ,ଆଗାମୀ 30ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରିରହିବ ବୋଲି ଜଣାପଡିଛି |ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ଭଗବାନ ସାହୁଙ୍କ ସମେତ ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ଦିଲ୍ଲୀପ ପାଣିଗ୍ରାହୀ, ଆସିକା ବିଜେଡି ବ୍ଲକ ଯୁବ ସଭାପତି ଶିବ ନାହାକ, ମୁନା ବାରିକ,ବିଜୟ ନାହାକ, ଶଙ୍କର ସେଠି, ମନୋଜ ପରିଡା, ନୀଳାଞ୍ଚଳ ଗୌଡ଼,ଟୁଲୁ ଜେନା, କିଶୋର ବିଷୋୟୀ,ପବିତ୍ର ଲେଙ୍କା ଏବଂ ନିଖିଳ ଉତ୍କଳ ଅଳିଆ ଖଣ୍ଡାୟତ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇଛନ୍ତି |