ସାଲେପୁର /ଜ୍ୟୋସ୍ନାରାଣୀ ସିଂ :ନାବାଳକକୁ ମରଣାତ୍ମକ ଆକ୍ରମଣ କରିଛନ୍ତି ଜଣେ ନିଶାସକ୍ତ ବ୍ୟକ୍ତି । କଟକଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ହଳଧରପୁର ଗ୍ରମରେ ଏଭଳି ଘଟଣା ଘଟିଛି । ଗୁରୁତର ନାବାଳକ ଜଣକ ହେଲେ ହଳଧରପୁର ଗ୍ରାମର ସେକ ଫୟାଜୁଉଦ୍ଦିନ ଙ୍କ ପୁତ୍ର ସେକ ନଜୀରୁଦ୍ଦିନ। ନଜୀରୁଦ୍ଦିନ ନିଜ ଦାଦାଙ୍କ ଘରର ଦାଣ୍ଡ ବାରଣ୍ଡାରେ ଶୋଇଥିବା ବେଳେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସେହି ଗ୍ରାମର ସେକ ଅସରଫ ଓ ପୁଅ ସେକ ଅସପାକ ଲୁହାରଡ଼ ଓ ଟାଙ୍ଗିଆ ସାହାଯ୍ୟରେ ନଜୀରୁଦ୍ଦିନଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ ।
ମୁଣ୍ଡ ଏବଂ ହାତ ଆଙ୍ଗୁଠି କଟି ପ୍ରବଳ ରକ୍ତଶ୍ରାବ ହେବା ସହ ଘଟଣାସ୍ଥଳରେ ସେ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ମେଡିକାଲରେ ଚିକିତ୍ସାପାଇଁ ଭର୍ତ୍ତିକରିବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆହତ ଅସରଫ୍ ସବୁଦିନେ ମଦ ପିଇ ଆସି ଗାଁ ଲୋକଙ୍କୁ ସୋଦାସୋଦି କରୁଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ। ହାଣି ଥିବା ନାବାଳକ ଫେରାର ଥିବା ପୋଲିସ ତଦନ୍ତରୁ ଜଣା ପଡିଛି । ଅଭିଯୋଗ ପରେ ନିଶ୍ଚିନ୍ତକୋଇଲି ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ହାଣି ଥିବା ନାବାଳକ ର ଟେର୍ ପାଇନି ପୋଲିସ।