ଭୁବନେଶ୍ବର: ଆଜି ବିଧାନସଭାରେ ଚିଟଫଣ୍ଡ ତାତି ଦେଖିବାକୁ ମିଳିଛି। ବିଧାନସଭାରେ ଅନେକ ପ୍ରସଙ୍ଗ ଉଠୁଥିବାବେଳେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଥିଲେ ବିଜେପି ସଦସ୍ୟ ।୨୦୧୪ରେ ତତକାଳୀନ ବାଚସ୍ପତି, ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ନେଇ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି ରୁଲିଂ ଦେଇଥିଲେ । ଏହା ବର୍ତ୍ତମାନର ପ୍ରସଙ୍ଗ ହୋଇନଥିବାରୁ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଛନ୍ତି ବାଚସ୍ପତି।
ବାଧ୍ୟ ହୋଇ ବାଚସ୍ପତି ବିଧାନସଭାକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି।ଲତବି ପ୍ରସ୍ତାବ ଅଗ୍ରାହ୍ୟ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଘୋଷଣା କରିଥିଲେ। ଗୃହରେ ବାଚସ୍ପତି କହିଥିଲେ, ଚିଟଫଣ୍ଡ ପ୍ରସଙ୍ଗ ହାଇକୋର୍ଟରେ ବିଚାରାଧୀନ ରହିଛି। କମିସନ ତଦନ୍ତ କରୁଛନ୍ତି। ଏପଟେ ଶାସକ ଦଳକୁ ଟାର୍ଗେଟ କରି ମୋହନ ମାଝୀ କହିଛନ୍ତି ସରକାର ଚିଟଫଣ୍ଡ ଆଲୋଚନାକୁ ଡରୁଛନ୍ତି ।
ସେହିପରି କଂଗ୍ରେସସ ସଦସ୍ୟ ମାନେ ଚାଷୀ ଓ ମରୁଡି ସମସ୍ୟାକୁ ନେଇ ଆଲୋଚନା କରୁଥିବା ବେଳେ ଗୃହରେ ପ୍ରଶ୍ନ କାଳରେ ବିଘ୍ନ ସୃଷ୍ଟି ହୋଇଥିଲା ଫଳରେ ଚାଲିପାରିନଥିଲା ପ୍ରଶ୍ନକାଳ । ତେବେ ଏନି ଗୃହକୁ ମୁଲତବୀ କରାଯାଇଥିଲା ।