ପିପିଲି ଟୋଲ ଗେଟ ନିକଟରେ ଓଲଟିଲା ବସ

0

ଭୁବନେଶ୍ୱର : ପିପିଲି ଟୋଲଗେଟ ନିକଟରେ ବସ୍ ଦୁର୍ଘଟଣା । ଓଲଟିପଡ଼ିଲା ଯାତ୍ରୀବାହୀ ବସ୍ । ବସରେ ୫୦ରୁ ଅଧିକ ଯାତ୍ରୀ ରହିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ସୂଚନାମୁତାବକ , ଭୁବନେଶ୍ୱରରୁ କାକଟପୁର ଯାଉଥିବା ଯାତ୍ରୀବାହୀ ସାରଳା ବସ ପିପିଲି ଟୋଲଗେଟ୍ ନିକଟରେ ଓଲଟିପଡ଼ିଥିଲା । ଭାରସାମ୍ୟ ହରାଇ ଟୋଲଗେଟ ନିକଟରେ ଓଲଟିଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁସାରେ , ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକ ଜଣଙ୍କ ବସର ହେଲପର ବୋଲି ଜଣା ପଡ଼ିଛି । ସେପଟେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଏହାଦେଖି ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ପୋଲିସକୁ ଖବର ଦେଇଛନ୍ତି । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।