ବାଜପେୟୀଙ୍କ ନିଧନରେ ଆଜି ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ

0

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଜ୍ୟସରକାର ଆଜି ସରକାରୀ ଛୁଟି  ଘୋଷଣା କରିଛନ୍ତି ଏବଂ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରାଯାଇଛି । ଏହି ୭ ଦିନରେ ରାଜ୍ୟର କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।ସେହିପରି ମଧ୍ୟ ଦିଲ୍ଲୀ, ପଞ୍ଜାବ, ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟରେ ସବୁ ସ୍କୁଲ, କଲେଜ ଓ ସରକାରୀ ଅଫିସ ଛୁଟି ରହିବ। ଅଗଷ୍ଟ ୨୨ ପର୍ୟ୍ୟନ୍ତ ଦେଶର ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ସୂଚନା ମିଳିଛି ।