Reporters Today
  • Home
  • ଓଡିଶା
  • ରାଇରଙ୍ଗପୁରେ ଭୂମିକମ୍ପର ଝଟ୍‌କା
ଓଡିଶା

ରାଇରଙ୍ଗପୁରେ ଭୂମିକମ୍ପର ଝଟ୍‌କା

(ଋିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ରାଇରଙ୍ଗପୁରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ୨୦ ମିନିଟ୍‌ରେ ଏହା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିଲା। ପାଣିପାଗ ବିଭାଗର ସୂଚନା ଅନୁସାରେ ଝାଡ଼ଖଣ୍ଡର ଷଢ଼େଇକଳା ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ଜଣାପଡ଼ିଛି।
ଭୂମିକମ୍ପରେ ରାଇରଙ୍ଗପୁର ସମେତ ଗୋରୁମହିଷାଣି, ବିଷୋୟୀ, ବହଳଦା ଅଞ୍ଚଳ ଥରି ଉଠିଥିବା ବେଳେ ଗୋରୁମହିଷାଣୀରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ୮ ରୁ ୧୦ ସେକେଣ୍ଡ ପର୍ୟ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଫଳରେ ଲୋକମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ।

Related posts

ବଲାଙ୍ଗୀରରେ ମିସନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

Report

ଆଜି ସ୍ୱତନ୍ତ୍ର ଟ୍ରେନରେ ୨୫ ହଜାର ପ୍ରବାସୀ ଶ୍ରମିକ ଓଡିଶା ଫେରୁଛନ୍ତି

Report

ବର୍ଷାଙ୍କ ଅଭିଯୋଗ ପରେ ପୁଲିସ କରୁଛି ପଚରାଉଚରା

Report

Leave a Comment