ଫିଲ୍ମ ଅପେକ୍ଷା ରିଲେସନ୍‌ ପାଇଁ ଅଧିକା ଚର୍ଚ୍ଚାରେ ସୁନୀଲ ଶେଟ୍ଟୀଙ୍କ ଝିଅ, ଏବେ ଇଂଲଣ୍ଡରେ

ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ଶେଟ୍ଟୀ ଫିଲ୍ମ ଅପେକ୍ଷା ତାଙ୍କ ରିଲେସନ୍‌ ପାଇଁ ଅଧିକା ଚର୍ଚ୍ଚାରେ। ଆଥିୟା ଶେଟ୍ଟୀ କ୍ରିକେଟର କେ.ଏଲ୍ ରାହୁଲଙ୍କୁ ଡେଟ୍ କରୁଛନ୍ତି।

0

(ମୁମ୍ବାଇ) : ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ଶେଟ୍ଟୀ ଫିଲ୍ମ ଅପେକ୍ଷା ତାଙ୍କ ରିଲେସନ୍‌ ପାଇଁ ଅଧିକା ଚର୍ଚ୍ଚାରେ। ଆଥିୟା ଶେଟ୍ଟୀ କ୍ରିକେଟର କେ.ଏଲ୍ ରାହୁଲଙ୍କୁ ଡେଟ୍ କରୁଛନ୍ତି। ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ ଏହି ଦୁଇଜଣଙ୍କର ଅନେକ ଫଟୋ ଭାଇରାଲ ହୋଇଛି। ଯଦିଓ ସେମାନେ ନିଜେ ପ୍ରାୟତ ଏକାଠି ଫଟୋ ସେୟାର କରନ୍ତି, କିନ୍ତୁ ଦୁହେଁ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିନାହାନ୍ତି।

ସୂଚନାନୁଯାୟୀ , ଆଥିୟା ଶେଟ୍ଟୀ ବର୍ତ୍ତମାନ କେ.ଏଲ୍ ରାହୁଲଙ୍କ ସହ ଇଂଲଣ୍ଡରେ ଅଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଦୁହେଁ ଇଂଲଣ୍ଡରେ ଏକାଠି ସମୟ ଅତିବାହିତ କରୁଛନ୍ତି । ଏହି ଫଟୋ ଇଶାନ୍ତ ଶର୍ମାଙ୍କ ପତ୍ନୀ ପ୍ରତୀମା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ତାଙ୍କର ଏହି ଫଟୋ ସେୟାର ହେବା ପରେ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଆସୁଛି।