ଏଟିଏମ ଲୁଟ ବେଳେ ଲୁଟର ଗିରଫ

0

ଭୁବନେଶ୍ୱର: ରାଜଧାନୀରେ ଏଟିଏମରୁ ଲୁଟ ଉଦ୍ୟମ ପଣ୍ଡ। ଏଟିଏମ ଲୁଟ ବେଳେ ପୋଲିସ ହାତରେ ଧରାପଡିଲେ ୨ ଯୁବକ । ସୋମବାର ବିଳମ୍ବିତ ରାତିରେ ଏଟିଏମ ଲୁଟ ଉଦ୍ୟମ ବେଳେ ପଣ୍ଡ ହୋଇଗଲା ସବୁ ଯୋଜନା ।
ଗତକାଲି ବିଳମ୍ବିତ ରାତିରେ ସିରିପୁର ଛକ ନିକଟରେ ଥିବା ଏକ ଏଟିଏମ ମେସିନରୁ ଲୁଟ୍ ଉଦ୍ୟମ କରିଥିଲେ ୨ ବ୍ୟକ୍ତି । ଗ୍ୟାସ କଟରରେ ମେସିନ କାଟିବା ବେଳେ ହଠାତ୍ ଏଟିଏମରେ ନିଆଁ ଲାଗିଯାଇଥିଲା । କିଛି ଲୋକ ଏହା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ କାଳ ବିଳମ୍ବ ନ କରି ପହଞ୍ଚି ଦୁଇ ଲୁଟେରାଙ୍କୁ କାବୁ କରି ନେବା ସହ ସେମାନଙ୍କ ନିକଟରୁ ଗ୍ୟାସ କଟର ଓ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି ।