କ୍ରେଜିଓ୍ବାଲଙ୍କ ଘର ଉପରେ ଆକ୍ରମଣ,୭୦ ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲଙ୍କ ଘର ଉପରେ ଆକ୍ରମଣ।

0

(ଦିଲ୍ଲୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲଙ୍କ ଘର ଉପରେ ଆକ୍ରମଣ। ଏନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଅନ୍ୟପଟେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ୭୦ ଜଣଙ୍କୁ ଗିରଫ କରିଛି।

ସେ କହିଛନ୍ତି, ବିଜେପିର ଯୁବମୋର୍ଚ୍ଚାର ପ୍ରାୟ ୧୫୦-୨୦୦ କର୍ମୀ ସକାଳ ୧୧ଟା ୩୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। କିଛି ଅସାମାଜିକ ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଘର ଉପରେ ଆକ୍ରମଣ କରି ସିସିଟିଭି କ୍ୟାମେରା ଓ ସିକ୍ୟୁରିଟି ବାରିୟର ଭାଙ୍ଗି ଦେଇଛନ୍ତି। ଏହାଛଡା ଗେଟ୍‌ ଉପରେ ଲାଗିଥିବା ବୁମ୍ ବ୍ୟାରିୟରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।