ସାମ୍ବାଦିକଙ୍କୁ ତାଲିବାନୀଙ୍କ ଆକ୍ରମଣ

0

କାବୁଲ: କାବୁଲରେ ଜଣେ ରିପୋର୍ଟର ଜୈର ୟାଦା ଓ ତାଙ୍କ କ୍ୟାମେରା ମ୍ୟାନ ଏକ ନ୍ୟୁଜ କଭର କରୁଥିବା ବେଳେ ତାଲିବାନୀମାନେ ମାଡ ମାରିଛନ୍ତି । ୟାଦା ଓ ମାଜିଦି କାବୁଲରେ ରୋଜଗାର ହରାଇଥିବା ଲୋକଙ୍କ ଉପରେ ଏକ ଷ୍ଟୋରି କରୁଥିଲେ । ଏନେଇ ସେମାନେ ବୁଧବାର ଦିନ କାବୁଲର ସେରେ ନାର ହାଜି ସ୍କୋୟାରଠାରେ ସୁଟିଂ କରୁଥିଲେ । ଏହି ସମୟରେ ସେମାନଙ୍କ ଉପରେ ତାଲିବାନୀ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିସହ ୟାଦାଙ୍କ ମୋବାଇଲ ଓ ମାଜିଦିଙ୍କ ଠାରୁ କ୍ୟାମେରା ଛଡାଇ ନେଇଛନ୍ତି । ତେବେ ଏହାର କାରଣ ଅସ୍ପଷ୍ଟ ରହିଛି ।
ଉଭୟ କାବୁଲର ହାଜି ୟାକୁବରେ ଦାରିଦ୍ୟ ଓ ବେରୋଜଗାର ଉପରେ ଷ୍ଟୋରି କରୁଥିଲେ । ସେମାନେ ସୁଟିଂ କରୁଥିବା ବେଳେ ସେମାନଙ୍କୁ ମାଡ ମରାଯାଇଥିଲା । ୟାଦା କହିଛନ୍ତି, ଯେ ଯେତେବେଳେ ପିକଚର ନେବାକୁ ମୋବାଇ ବାହାର କଲେ ତାଙ୍କ ମୋବାଇଲ ଛଡାଇ ନେଇଛନ୍ତି ।
ପ୍ରଥମେ ଖବର ଆସିଥିଲା କି ତାଲିବାନମାନେ ତାଙ୍କୁ ଗୁଳି କରି ହତ୍ୟା କରି ଦେଇଛନ୍ତି । ପରେ ୟାଦା ନିଜେ ଟ୍ୱିଟ କରି ସେହି ଖବରକୁ ମିଛ ବୋଲି କହିଛନ୍ତି । ତେବେ ତାଙ୍କୁ ତାଲିବାନମାନେ ଧରି ଗନ ପଏଣ୍ଟରେ ମାଡ ମାରିଥିବା କହିଛନ୍ତି ।