ମଦ ଭାଟିରେ ଚଢ଼ାଉ, ୯ ଗିରଫ

0

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର) : ଆଜି ଭଞ୍ଜନଗର ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ନାହାତୁଟ ସାହି, ବଡ ମରାଠୀ ସାହି, ବଡକଦଣ୍ଡା, ବିଡ଼ିପୁର ଅଞ୍ଚଳରେ ଚଢାଉ କରି ୮୩୦ ଲିଟର ହାତରନ୍ଧା ଚୋରାମଦ, ୭୨୮୦ ଲିଟର ଗୁଡ ମିଶ୍ରିତ ପୋଚ, ୮ ଲିଟର ଓଏସ ମଦ ,୪.୩୨୦ ଲିଟର ଆଇଏମଏଫଏଲ୍ ଏବଂ ୬.୨୫୦ ଲିଟର ବିୟର ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ୧୧ ଜଣଙ୍କ ନାମରେ କେସ ରେଜିଷ୍ଟର କରାଯାଇଛି । ଏହି ଚଢାଉରେ ବୁଗୁଡ଼ା, ଭଞ୍ଜନଗର, ଆସ୍କା, ଏସ. ଆଇ ଅବକାରୀ, ଡିଏସଏଫ ଛତ୍ରପୁର କର୍ମଚାରୀ ସାମିଲ ଥିଲେ । ଗଞ୍ଜାମ ଜିଲ୍ଲାପାଳ ଏବଂ ଅବକାରୀ ସୁପରିଟେଣ୍ଡେଣ୍ଟ ଗଞ୍ଜାମଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରାଯାଇଥିବା ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି