ଯୌତୁକ ସାମଗ୍ରୀ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ଟିମ ଉପରେ ଆକ୍ରମଣ

0

ଜଗତସିଂହପୁର (ରିପୋର୍ଟସ ଟୁଡେ/ଦୀଲିପ ସାହୁ) : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶାଗବାରିଆ ଗ୍ରାମକୁ ଯୌତୁକ ସାମଗ୍ରୀ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ଟିମ ଉପରେ ଆକ୍ରମଣ।ଦୁଇଜଣ ସବ-ଇନ୍ସପେକ୍ଟର ସମେତ ପାଞ୍ଚରୁ ଉର୍ଦ୍ଧ ପୋଲିସ ଆହାତ।ସାତ ଜଣ ଆକ୍ରମଣକାରୀ ଅଭିଯୁକ୍ତଙ୍କୁ ଜଗତସିଂହପୁରରୁ ଗିରଫ କରିଛି ତିର୍ତ୍ତୋଲ ପୋଲିସ । ତିର୍ତ୍ତୋଲ ଥାନା ପକ୍ଷରୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭିଯୁକ୍ତ ମାନଙ୍କର ସ୍ୱାସ୍ଥ୍ୟ ପରିକ୍ଷା କରାଇଲା ପୋଲିସ।
ଶାଗବାରିଆ ଗ୍ରାମର ସୁଚିସ୍ମିତା ସେଠୀଙ୍କୁ ଶାଶୁଘର ଲୋକ ନିର୍ୟ୍ୟାତନା ଦେଉଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିଲା । ସ୍ୱାମୀ ବିକ୍ରମ ସେଠୀ ବର୍ଷକ ତଳେ ମୃତ୍ୟୁ ବରଣ ହୋଇଥିବା ବେଳେ ନଅମାସର ଝିଅ ସହ ସୁଚିସ୍ମିତାକୁ ଶାଶୁଘର ଲୋକ ମାନସିକ ନିର୍ୟ୍ୟାତନା ଦେବା ସହ ଜୀବନରେ ମାରିଦେବାକୁ ଉଦ୍ୟମ କରୁଥିବା ନେଇ ଥାନାରେ ଏତଲା ଦେଇ ଥିଲେ ସୁଚିସ୍ମିତା । ପରେ ଆଜି ତିର୍ତ୍ତୋଲ ଥାନା ଏସ.ଆଇ ଚନ୍ଦ୍ରମଣୀ ସାହୁଙ୍କ ନେତୃତ୍ୱରେ ପୋଲିସ ଶାଗବାରିଆ ଗ୍ରାମକୁ ଅଭିଯୋଗକାରିଣୀ ଓ ବାପଘର ଲୋକଙ୍କ ସହ ତାର ସାମଗ୍ରୀ ଉଦ୍ଧାର କରିବାକୁ ଯାଇଥିଲେ । ଶାଶୁଘର ଲୋକ ହଠାତ୍ ମାରଣାସ୍ତ୍ର ଧରି ପୋଲିସ ଟିମ ଉପରେ ଆକ୍ରମଣ କରିଥିଲେ । ସୈନ୍ୟବାହିନୀରେ ଚାକିରୀ କରିଥିବା ଅଭିଯୋଗକାରିଣୀଙ୍କ ଦିଅର ଦିଲ୍ଲୀପ ସେଠୀ ମାରଣାସ୍ତ୍ର ଧରି ପୋଲିସକୁ ମ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି।ପୋଲିସକୁ ଆକ୍ରମଣ କରି ଓଲଟା ସମସ୍ତ ଆକ୍ରମଣକାରୀଙ୍କୁ ସାଙ୍ଗରେ ଧରି ଜଗତସିଂହପୁର ଏସପିଙ୍କ ନିକଟକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ଜଣାପଡିଛି।ଆକ୍ରମଣ ର ଶିକାର ହୋଇଥିବା ପୋଲିସ କର୍ମଚାରିଙ୍କ ପକ୍ଷରୁ ଏତଲା ଦିଆଯାଇଥିବା ସହ ତଦନ୍ତ ଜାରି ରହିଛି ।