ଟିକଟ ଲାଗି ଦର୍ଶକଙ୍କ ଲମ୍ବା ଲାଇନ

ଏଫଆଇଏଚ୍ ପ୍ରୋ ଲିଗ୍ ଟିକେଟ ବିକ୍ରି

0

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ମାସରେ ବିଶ୍ୱ ପୁରୁଷ ହକି କପ ସରିବା ମାସେ ବିତିଯାଇଥିଲେ ମଧ୍ୟ ଓଡିଶାରେ ହକିର କ୍ରେଜ୍ କମିନାହିଁ । ଭାରତ ବିଶ୍ୱ ପୁରୁଷ ହକି କପରେ ପରାଜିତ ହୋଇଥିଲେ ମଧ୍ୟ ଲୋକଙ୍କ ମନ ମଧ୍ୟରେ ହକିକୁ ନେଇ ଦିନକୁ ଦିନ ଉତ୍ସାହ ବଢିାବରେ ଲାଗିଛି । ମାର୍ଚ୍ଚ ମାସ ୧୦ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବା ଏଫଆଇଏଚ୍ ହକି ପ୍ରା ଲିଗ୍ ଲାଗି ଗତ ୨୭ ତାରିଖରେ ଅନଲାଇନ ଟିକେଟ ବ୍ୟବସ୍ଥା କରାଯାିଥିଲେ ମଧ୍ୟ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ କର୍ତ୍ତୁପକ୍ଷ ପକ୍ଷରୁ ବନ୍ଦ କରାଯାଇଥିଲା । ତେବେ ସୋମବାର ଠାରୁ ଅଫଲାଇନରେ ଟିକେଟ ବିକ୍ରି ହେବା ନେଇ ହକି ଇଣ୍ଡିଆ ପକ୍ଷରୁ ଘୋଷଣା ହେବା ପରେ ହକି ପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା ।

ଟିକେଟ କିଣିବା ଆଶାରେ ସୋମାବାର ଦିନ ରାଉରକେଲାସ୍ଥିତ ବିର୍ସାମୁଣ୍ଡା ଷ୍ଟାଡିୟମ ଠାରେ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା । ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ତାତିରେ ଲୋକ ମାନେ ଲମ୍ବା ଲାଇନରେ ଛିଡା ହୋଇ ଟିକେଟ କିଣିଥିଲେ । ତେବେ ଷ୍ଟାଡିୟମର ଗେଟ ନମ୍ବର ୨ ଓ ୬ରେ ଦୁଇଟି ପୃଥକ କାଉଣ୍ଟରେ ଟିକେଟ ବିକ୍ରି ବ୍ୟବସ୍ଥା କରାଯାଇଥିଲା । ପୂର୍ବାହ୍ନ ୧୧ ଟାରୁ ସଂନ୍ଧ୍ୟା ୭ ଟା ଯାଏଁ ଟିକେଟ ବିକ୍ରି ହେଉଛି । ତେବେ ମାର୍ଚ୍ଚ ୮ ତାରିଖରେ ହୋଲି ଥିବାରୁ ଉକ୍ତ ଦିନରେ ଅପରାହ୍ନ ୪ଟାରୁ ସଂନ୍ଧ୍ୟା ୭ ଯାଏଁ ଟିକେଟ ବିକ୍ରି ହେବାର ବ୍ୟବସ୍ଥା କରାଯାଇଛି ।