ଭୁବନେଶ୍ୱର : ତିହିଡି ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ଅବନ୍ତୀ ଦାସ ଶାସକ ବିଜୁ ଜନତା ଦଳର ଧାମନଗର ବିଧାନସଭା କ୍ଷେତ୍ର ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଏ ସମ୍ପର୍କିତ ସୂଚନା ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି । ଶ୍ରୀମତୀ ଅବନ୍ତୀ ଦାସ ମିଶନ ଶକ୍ତି ସ୍ୱୟଂ ସହାୟକା ମହିଳା ଗୋଷ୍ଠିରେ ଦୀର୍ଘଦିନର ଅଭିଜ୍ଞତା ଅର୍ଜନ କରିଛନ୍ତି । ତାଙ୍କ ପ୍ରତି ଧାମନଗର ବାସୀ ଆସ୍ଥା ପ୍ରକଟ କରିବେ ବୋଲି ଦଳପକ୍ଷରୁ ଆଶା ପୋଷଣ କରାଯାଇଛି । ବିଜେଡି ଟିକେଟ ପାଇଁ ବହୁ ଆସାୟୀ ଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବନ୍ତୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ ଯେ ଧାମନଗର ଉପନିର୍ବାଚନ ପାଇଁ ପ୍ରଥମେ ଭାରତୀୟ ଜନତା ପାର୍ଟୀ ୨୦୧୯ ବିଧାନସଭା ନିର୍ବାଚନରେ ସେଠାରୁ ଜିତିଥିବା ଦିଂବଙ୍ଗତ ଆସିନ ବିଧାୟକ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ସୂରଜ ଇତି ମଧ୍ୟରେô ଦଳୀୟ ନେତୃମଣ୍ଡଳୀଙ୍କ ଗ୍ରହଣରେ ନାମାଙ୍କନ ଭରି ସାରିଛନ୍ତି ।ସେହିଭଳି ଜାତୀୟ କଂଗ୍ରେସ ପକ୍ଷରୁ ବାବା ହରେକୃଷ୍ଣ ସେଠୀଙ୍କ ନାମ ଘୋଷଣା କରାଯାଇଛି । ନାମାଙ୍କନ କରିବାପାଇଁ ସମୟ ଥିବାରୁ ଆଶନ୍ତା କାଲି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି ।
ପ୍ରକାଶ ଯେ ଗତ ସାଧାରଣ ନିର୍ବାଚନ ସମୟରେ ବିଦ୍ୟାଧର ଜେନା ଏଠାରୁ କଂଗ୍ରେସରୁ ପ୍ରାର୍ଥୀ ଥିଲେ । ଏଥର ମଧ୍ୟ ସେ ପ୍ରାର୍ଥୀ ହେବାକୁ ଇଚ୍ଛା କରିଥିଲେ ମାତ୍ର ଦଳତାଙ୍କୁ ଭରସା କରିପାରିନାହିଁ । ବାବା ସେଠୀଙ୍କର ଧାମନଗର ଅଂଚଳରେ ଲୋକପ୍ରିୟତା ଥିବାରୁ ସେ ଜିତିବେ ବୋଲି କଂଗ୍ରେସ ଆଶା କରିଛି । ତିନି ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ଯାଇଥିବାରୁ ଧାମନଗର ଉପନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ସ୍ପଷ୍ଟ ହୋଇଛି ।