ଲୋକ କଳା ସଂସ୍କୃତିକୁ ବଜାଇ ରଖିବା ପାଇଁ ସପ୍ସକୀର୍ତ୍ତନ ମଧ୍ୟରେ ସଚେତନତା

0

ପୁରୀ : ପୁରୀ ଜିଲ୍ଲା କୋଣାର୍କ ଓ ତାର ଆଖପାଖ ୯ଟି ପଞ୍ଚାୟତରେ ଲୋକ କଳା ସପ୍ସକୀର୍ତ୍ତନ ବଞ୍ଚାଇ ରଖିବା ସହ ଧାର୍ମୀକ ଚେତନା ଗାଁ ଗାଁ ରେ ପହଞ୍ଚେଇବା ପାଇଁ ଶ୍ରୀ ଜଗନ୍ନାଥ ସପ୍ସସ୍କୃତି ସପ୍ସକୀର୍ତ୍ତନ ସେବା ପକ୍ଷରୁ ବାବା ବାଲିକପିଳେଶ୍ବୋର ପିଠିରେ ଏକ ବିଷାଳ ଶମାବେଷ କରାଯାଇଛି। ଏଥିରେ କୋଣାର୍କ ଓ ତାର ଆଖପାଖ ୯ ଟା ପଞ୍ଚାୟତରୁ ୨୫ ଟି ସପ୍ସକୀର୍ତ୍ତନ ଗୃପୁ ଭାଗ ନେଇ ପୈ।ରାଣିକ କଥା ଆଲୋଚନା ସହ ହରେକୃଷ୍ଣ ହରେରାମ , ହୁଳହୁଳି, ସପ୍ସକୀର୍ତ୍ତନ କରି।

ଲୋକ କଳାକୁ କିପରି ପ୍ରତି ଗ୍ରାମରେ ପହଞ୍ଚାଇବା ପାଇଁ ଆଲୋଚନା କରିଥିଲେ। ଏଥିରେ ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ସହ ପୁରୀ ଜିଲ୍ଲା ଉପାଧ୍ୟକ୍ଷ ସ୍ୟାଧିନ ନାୟକ ଉପସ୍ଥିତ ରହି ପୁରୀ ଜିଲ୍ଲା ରେ କିପରି ଲୁଚିଯାଉଥିବା ଲୋକ କଳାକୁ ବଢାଇବା ପାଇଁ ବିଧାୟକ ପାଠିରୁ ଏକ ଗୃହ ନିର୍ମାଣ କରିବା ସହ କିଛି ମୃଦଙ୍ଗ, କଳାକାର ଭତ୍ତା କରିବା ଏବଂ ଅବସର ନେଉଥିବା କଳାକାର ମାନଙ୍କୁ କିଛି ଅର୍ଥ ସାହାର୍ୟ୍ୟ କରିବାକୁ ଦେଇଥିଲେ ପ୍ରତିଶ୍ରୁତି।

ସେପଟେ କୋଣାର୍କ ଯୋନ୍ ର ସପ୍ସକୀର୍ତ୍ତନ ମଣ୍ଡଳୀ ସଭାପତି କୁହନ୍ତି। ଟିଭି ମୋବାଇଲି ଦେଖି ଆଜିକାଲିର ପିଲାମାନେ ଲୋକ କଳା ପ୍ରତି ଘୃଣ୍ୟ ଭାବ କରୁଥିବା କୁ ରୋକିବା ପାଇଁ ଏ ଆମର ଛୋଟିଆ ପ୍ରୟାସ। ଏଥିରେ କିଛି ମା ମାନେ ଯୋଗ ଦେଇଥିବା ବେଳେ ହରି ନାମ ବିନା ସପ୍ସସାର ରେ କିଛି ନାହିଁ ବୋଲି ମତ ରଖିଥିଲେ। ଆଗାମୀ ଦିନରେ ସପ୍ସକୀର୍ତ୍ତନ ମଣ୍ଡଳୀ କିପରି ଅଧିକରୁ ଅଧିକ ହେବ ସେଥିପାଇଁ ଗାଁ ଗାଁ ରେ ବୁଲି ନୂତନ ସପ୍ସକୀର୍ତ୍ତନ ମଣ୍ଡଳୀ କରିବାକୁ ଜଗନ୍ନାଥ ସପ୍ସସ୍କୃତି ସପ୍ସକୀର୍ତ୍ତନ ସେବା ପକ୍ଷରୁ ବାବା ବାଲିକପିଳେଶ୍ବୋର ପାଖରେ ସଫତ ପାଠ କରାଯାଇଥିଲା।