ଯକ୍ଷ୍ମା ରୋଗ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ

0

କଲ୍ୟାଣସିଂହପୁର: ସାରା ଭାରତ ଦେଶକୁ ଯକ୍ଷ୍ମା ରୋଗ ମୁକ୍ତ ଭାରତ କରିବା ଉଦ୍ଧେଶ୍ୟରେ ଭାରତ ଓ ଓଡ଼ିଶା ସରକାର ଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଯକ୍ଷ୍ମା ରୋଗ ପ୍ରତିକାର କରିବା ପାଇଁ ଦେଶ ତଥା ରାଜ୍ୟର ଅନେକ ସ୍ଥାନରେ ମାର୍ଚ୍ଚ ୨୪ ଠାରୁ ଏପେଲ୍ ୧୩ ପର୍ଯ୍ୟନ୍ତ ଏକୋଇଶି ଦିନ ଧରି ଯକ୍ଷ୍ମା ହାରିବ ଭାରତ ଜିତିବ କାର୍ଯ୍ୟକ୍ରମ । ଏହି ଅବସରରେ ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମ ପଞ୍ଚାୟତର ଅନେକ ସ୍ଥାନରେ ଟିବି ବା  ଯକ୍ଷ୍ମା ରୋଗ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ, କଫ ପରୀକ୍ଷା, ସଚେତନତା ରାଲି ଗ୍ରାମ ପରିକ୍ରମା , ଶପଥ ପାଠ ଓ ପଥପ୍ରାନ୍ତ ନାଟକ ପରିବେଷଣ କରି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।

ଯକ୍ଷ୍ମା ହାରିବ ଦେଶ ଜିତିବ ଏହି ସ୍ଲୋଗାନ ଦେଇ ବୁଡ଼ାଗୁଡ଼ା ଗ୍ରାମର ଅଲଣ୍ଡା, କଦଳୀଚୁଆଁ, ଗୁରୁତୁଲି ଏବଂ କଲ୍ୟାଣସିଂହପୁର ଭଳି ଅନେକ ସ୍ଥାନରେ ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ମୀନା କୁମାରୀ ସାମଲଙ୍କ ନେତୃତ୍ୱରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ଗ୍ରାମବାସୀଙ୍କ ଉପସ୍ଥିତରେ ରାଲି ହେବା ସହ ଲୋକଙ୍କୁ ସଚେତନ କରାଯାଇଛି । ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡ଼ା ଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯକ୍ଷ୍ମା ସଂବନ୍ଧୀୟ ପ୍ରତିଯୋଗିତା ହେବା ସହ CHO ମୀନା କୁମାରୀ ସାମଲ ଛାତ୍ରଛାତ୍ରୀ ମାନଙ୍କୁ ଏଇ ରୋଗ ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇ ଥିଲେ।

କଦଳୀଚୂଆଁ  ଗ୍ରାମରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ଏକ ପଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା ଏଥିରେ ଆଶା ଦିଦିଙ୍କ ମଧ୍ୟରେ ହେମ ଗାଣ୍ଟା, ଏନ୍ କ୍ରିଷ୍ଣା ବେଣୀ ସାଦେମଣି ହିଆଲ୍, ସାରାକା ବାଙ୍ଗାରି, ଆକାମା ହିକକା, ପଙ୍କଜିନି ଗୌଡ଼, ଏମ୍ ସାଇରେନ୍ଦ୍ରି  ଓ ଅଙ୍ଗନବାଡ଼ି କର୍ମୀ ବାସନ୍ତୀ କନ୍ଧପାଣି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଜନ ସଚେତନ ପାଇଁ ହେଉଥିବା ଏହି କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀ ଓ ବୁଦ୍ଧିଜୀବୀ ବେଶ୍ ପ୍ରଶଂସା ବ୍ୟକ୍ତ କରିଛନ୍ତି।