ଜେଲରେ ଥିବା ସାମାଜବାଦୀ ପାର୍ଟି ଟାଣୁଆ ନେତା ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଆଗାମୀ ୭୨ ଘଣ୍ଟା ତାଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମେଦାନ୍ତ ହସ୍‌ପିଟାଲ୍‌ର ଡାକ୍ତର ସୂଚନା ଦେଛନ୍ତି । ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଛି।

0

(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶ ସାମାଜବାଦୀ ପାର୍ଟି ଟାଣୁଆ ନେତା ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ସେ ଏପର୍ଯ୍ୟନ୍ତ ଆଇସିୟୁରେ ଥିବା ବେଳେ ଆଗାମୀ ୭୨ ଘଣ୍ଟା ତାଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମେଦାନ୍ତ ହସ୍‌ପିଟାଲ୍‌ର ଡାକ୍ତର ସୂଚନା ଦେଛନ୍ତି । ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଛି। ପୂର୍ବ ଅପେକ୍ଷା ତାଙ୍କୁ ଅଧିକ ଅକ୍ସିଜେନ୍ ଦିଆଯାଉଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।

ଦୁଇଦିନ ତଳେ (ମେ ୯)ଆଜମ ଖାନଙ୍କୁ ସୀତପୁର ଜେଲ୍‌ରୁ ଆଣି ଲକ୍ଷ୍ନୌର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଜେଲ୍‌ରେ ଥିବା ବେଳେ ସେ ଓ ତାଙ୍କ ପୁଅ କୋଭିଡ୍-୧୯ ପଜିଟିଭ୍ ହୋଇଥିଲେ। ଏହାପରେ ଉଭୟଙ୍କୁ ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଅବଦୁଲ୍ଲାହଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ସୁଧୁରୁଥିବା ବେଳେ ଆଜମ ଖାନ ଏବେବି ଗୁରୁତର ଅଛନ୍ତି।