ଭାରତର ବି.୧.୬୧୭ ଭେରିଆଣ୍ଟ ୪୪ ଦେଶକୁ ବ୍ୟାପିଲାଣି: ଡବ୍ଲୁଏଚଓ

0

ଜେନେଭା: ଭାରତରେ କରୋନାର ଡବଲ ମ୍ୟୁଟାଣ୍ଟ ବିଶ୍ୱ ଚିନ୍ତାର କାରଣ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ବୁଧବାର କହିଛି ଭାରତରେ ଦେଖାଦେଇଥିବା ବି ୧.୬୧୭ ଭେରିଆଣ୍ଟ ଏବେ ପୃଥିବୀର ୪୪ ଦେଶକୁ ବ୍ୟାପିଛି। ସଂଗୃହୀତ ୪୫୦୦ ନମୁନାରୁ ବି ୧.୬୧୭ ଭେରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭେରିଆଣ୍ଟ ଗତ ବର୍ଷ ଅକ୍ଟୋବରରେ ପ୍ରଥମେ ଭାରତରେ ଦେଖିବାକୁ ମିଳିଥିଲା ।
ତେବେ ଭାରତ ପରେ ବ୍ରିଟେନରେ ଏହି ଭେରିଆଣ୍ଟ ସର୍ବାଧିକ ଦେଖିବାକୁ ମିଳିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଚଳିତ ସପ୍ତାହରେ ବିଭିନ୍ନ ଦେଶରେ ଯେଉଁଭଳି ଭାବରେ ବି.୧.୬୧୭ ସଂକ୍ରମିତ ହୋଇଛି ତାହା ଚିନ୍ତାଜନକ। ଏହି ଭେରିଆଣ୍ଟ ବ୍ରିଟେନ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା ଭେରିଆଣ୍ଟ ଭଳି ମାରାତ୍ମକ ବୋଲି ବୋଲି ଡବ୍ଲୁଏଚଓ କହିଛି। ଏହି ଭେରିଆଣ୍ଟ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆମେରିକା ପରେ ଭାରତରେ କୋଭିଡ ସଂକ୍ରମିତ ସର୍ବାଧିକ ରହିଛି ।
ଗତ ୨୪ ଘଣ୍ଟାରେ୩,୪୮,୪୨୧ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୪,୨୦୫ ଜଣ କରୋନାରେ ଆଖୁ ମୃତ୍ୟୁବରଣ କରିଛନ୍ତି । ଦେଶରେ ସଂକ୍ରମଣର ୩-୪ ଲକ୍ଷ ମଧ୍ୟରେ ଲଗାତର ରହି ଆସୁଛି । ତେବେ ଏହି ସଂକ୍ରମଣ ଆଗକୁ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କାରି ୟୁଏସ ବିଶେଷଜ୍ଞ ଦେଶବ୍ୟାପୀ ଲକଡାଉନ ଘୋଷଣା କରିବାକୁ ପରାମର୍ଶ ଦେଇଛନ୍ତି ।